oom

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମାଗଣା ଦିନିକିଆ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଅବସ୍ଥାପିତ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ସଂଗଠନ ରୋଟାରୀ କ୍ଲବ ଛତ୍ରପୁର ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ରୋଟାରୀ କ୍ଲବ ସଭାପତି ରୋଟାରୀୟାନ ଏମ୍.ଧନଞ୍ଜୟ ରେଡ୍ଡୀଙ୍କ ଉଦ୍ୟମରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜର ସହକାରୀ ପ୍ରୋଫେସର ଡା. ସତ୍ୟରଞ୍ଜନ ସେଠୀଙ୍କ ତତ୍ତ୍ୱାବଧାନରେ ବହୁ ଡାକ୍ତରୀ ସେବାଧାରୀଙ୍କ ସକ୍ରୀୟ ଅଂଶଗ୍ରହଣରେ ପ୍ରାୟ ଦୁଇଶହ ରୋଗୀ ବରିଷ୍ଠ ନାଗରିକ, ସାଧାରଣ ନାଗରିକ, ବୟସ୍କ, ବୃଦ୍ଧ/ବୃଦ୍ଧା ପ୍ରମୁଖ ଏହି ମାଗଣା ଚିକିତ୍ସା ସେବାର ସହଯୋଗ, ଡାକ୍ତରୀ ପରାମର୍ଶ ଆଦିର ସୁଯୋଗ ନେଇ ବହୁ ଖୁସିବ୍ୟକ୍ତ କରିଥିଲେ । ଛତ୍ରପୁର ରୋଟାରୀ ସଂଗଠନ ଉଦ୍ୟେକ୍ତାଙ୍କୁ ଏବଂ ସର୍ବୋପରି ରୋଟାରୀ ସଭାପତି ଏମ୍.ଧନଞ୍ଜୟ ରେଡ୍ଡୀଙ୍କୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.