ମନମୁଣ୍ଡାରେ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ତାଲିମ

ମନମୁଣ୍ଡା : ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅନ୍ତର୍ଗତ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ତାଲିମ ଉଦ୍‌ଘାଟିତ ହୋଇଛି । ସିଏଚ୍‌ସିର ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସଏ ଏହାକୁ ଉଦ୍‌ଘାଟନ କରିଛନ୍ତି । ବିପିଏମ୍‌ ରାକେଶ କୁମାର ମହାପାତ୍ର ଏବଂ ପିଏଚ୍‌ଇଓ ସୁଦର୍ଶନ ପ୍ରଧାନଙ୍କ ଆୟୋଜନ ଓ ପ୍ରତ୍ୟକ୍ଷ ତତ୍ୱବାଧାନରେ ୨୫ଟି ଉପକେନ୍ଦ୍ରର ଏଏନ୍‌ଏମ୍‌ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଏହି ତାଲିମ ଶିବିରରେ ଯୋଗ ଦେଇଛନ୍ତି । ଏହି ଶିବିର ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ସିଏଚ୍‌ସି ଅଧ୍ୟକ୍ଷ ଡାକ୍ତର ସଏ, ଏମ୍‌ଓ ଆୟୁଷ ଡାକ୍ତର ସୁନୀଲ କୁମାର ପାଣିଗ୍ରାହୀ, ଡାକ୍ତର ଗୀତାଞ୍ଜଳି ବାଗ ପ୍ରମୁଖ ତାଲିମ ପ୍ରଦାନ କରୁଛନ୍ତି ଏବଂ ଏଥିରେ ଏଏମ୍‌ଏନ୍‌ସିଡି ଆଲୋକ କୁମାର ମିଶ୍ର ସହଯୋଗ କରୁଛନ୍ତି । ପୂର୍ବରୁ ଉପକେନ୍ଦ୍ରଗୁଡ଼ିକରେ ୭ଟି ସେବା ପ୍ରଦାନ କରାଯାଉଥିଲା ତାହା ବର୍ଦ୍ଧିତ କରାଯାଇ ୧୨ଟି କରାଯାଇଛି । ଏଣିକି ରୋଗୀମାନେ ଏବେ ଉପକେନ୍ଦ୍ରରୁ ଅତି କମ୍‌ରେ ୧୨ଟି ସେବା ନିଶ୍ଚୟ ପାଇବେ ବୋଲି କୁହାଯାଇଛି ।

Leave A Reply

Your email address will not be published.