ଅନୁଗୋଳ, (ଆର୍ତ୍ତତ୍ରାଣ ପାଣୀ) : ଇଣ୍ଡୋନେସିଆର ଜାକର୍ତାଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନେସନାଲ କନଭେନସନ ଅନ କ୍ଵାଲିଟି କଣ୍ଟ୍ରୋଲ ସର୍କଲସ – ୨୨ (ଆଇସିକ୍ୟୁସିସି)ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଉତ୍କୃଷ୍ଟ ପ୍ରଦର୍ଶନ । ନଭେମ୍ବର ୧୫ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଜେଏସ୍ପିର ଅନୁଗୋଳ ପ୍ରକଳ୍ପରୁ ୪ଗୋଟି ଏବଂ ଟେନଶାର ଏକ ଦଳ ଅଂଶ ଗ୍ରହଣ କରି ବିଭିନ୍ନ ବର୍ଗରେ ୫ ଗୋଟି ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି । ଆଇସିକ୍ୟୁସିସି ହେଉଛି କ୍ଵାଲିଟି କଣ୍ଟ୍ରୋଲ ସର୍କଲସ କ୍ଷେତ୍ରରେ ସମଗ୍ର ବିଶ୍ଵର ଗ୍ରହଣୀୟ ମାନ୍ୟତା ଏବଂ ଏହି କନଭେନସନରେ ସମଗ୍ର ୧୪ଗୋଟି ରାଷ୍ଟ୍ରରୁ ୭୫୭ ଜଣ ଇଞ୍ଜିନିୟର ଅଂଶ ଗ୍ରହଣ କରି ନିଜ ନିଜର ଅନନ୍ୟ କୌଶଳ ପ୍ରଦର୍ଶନ କରିଥିଲେ । ଜେଏସ୍ପିଠାରେ ଟୋଟାଲ ପ୍ରଡ଼କ୍ଟିଭ ମେଣ୍ଟେନାନ୍ସ (ଟିପିଏମ) ନିମନ୍ତେ ସର୍ବଦା କାର୍ଯ୍ୟ କରାଯାଇଥାଏ । ଟିପିଏମ୍ ହେଉଛି ଏକ ଜାପାନୀ ପ୍ରକ୍ରିୟା ଏବଂ ଏଥିରେ ପ୍ଲାଣ୍ଟର ସମସ୍ତ କର୍ମଚାରୀ ଲଗାତାର ଭାବରେ ପ୍ରଗତି ନିମନ୍ତେ କାର୍ଯ୍ୟ କରିଥାନ୍ତି । ଏଥି ସହିତ ଜେଏସ୍ପିରେ କାର୍ଯ୍ୟରତ ଭୁବନ ପ୍ରତାପ– ଏଭିପି ଏବଂ ମୁଖ୍ୟ (ଟିପିଏମ୍), କେନ୍ଦ୍ରୀୟ ଟିକ୍ୟୁଏମ, ଶକ୍ତି ପରିଚାଳନା, ଆଇସିକ୍ୟୁସିସି ପାଇଁ ସାର୍ଟିଫାଇଡ ବିଚାରକର୍ତା ଭାବେ ସ୍ଵୀକୃତି ଲାଭ କରିଛନ୍ତି ।