ବିଶିଷ୍ଟ ସ୍ୱର୍ଣ୍ଣ କାରିଗରଙ୍କ ଦେହାନ୍ତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ତାଳଚେର ସହରର କଂସାରି ଜାତିର ବିଶିଷ୍ଟ ସ୍ୱର୍ଣ୍ଣ କାରିଗର କୈଳାଶ ଚନ୍ଦ୍ର ମହାପାତ୍ରଙ୍କର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବର ସୂଚନା ମିଳିଛି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ସ୍ୱର୍ଣ୍ଣ କାରିଗର ମାନଙ୍କର ଦୋକାନ ବଜାର ବନ୍ଦ କରାଯାଇ ତାଙ୍କୁ ଶେଷ ସମ୍ମାନ ଜଣାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ କୈଳାଶ ଚନ୍ଦ୍ର ମହାପାତ୍ର ଛୋଟ ବେଳୁ କାରିଗରୀ ବିଦ୍ୟାରେ ବ୍ରତୀ ହୋଇ ନିଜେ ସୁନାମଧନ୍ୟ କାରିଗର ହେବା ସହିତ ଅନେକ କାରିଗରଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି । ତାଳଚେର ଉପଖଣ୍ଡ ଅଞ୍ଚଳରେ ତାଙ୍କର ଅନେକ ସୁନାମ ଥିଲା ଏଣୁ ଅନେକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ପ୍ରଶଂସା ପତ୍ର ମିଳିଥିଲା । ତାଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ କଳାକୃତି ଆଜିର ସମୟରେ ବିରଳ । ଏହିଭଳି ଜଣେ ବିରଳ କାରିଗରଙ୍କୁ ହରାଇ ତାଳଚେର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏହି ଦୁଃଖଦ ଖବର ପାଇ ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଶୋକବ୍ୟକ୍ତ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.