ମିଶନ ଫିଟ୍ ବଲାଙ୍ଗିରର ସ୍ୱପ୍ନକୁ ସାକାର କରି ଚାରିବର୍ଷ ପୂର୍ଣ୍ଣ କଲା ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଫିଟନେସ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ “ମିଶନ ଫିଟ୍ ବଲାଙ୍ଗିର” ନାରାକୁ ଆଗରେ ରଖି ଆରମ୍ଭ ହୋଇଥିବା ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ ଆଜି ସଫଳତାର ସହିତ ତାହାର ଚାରିଟିଏ ବର୍ଷ ପୂରଣ କରିଛି । ବଲାଙ୍ଗିର ସହରର ବିକ୍ରମ ଛକ ନିକଟସ୍ଥ ବିକ୍ରମ ହାଇଟ୍ସ ଠାରେ ଅବସ୍ଥିତ ଏହି ଅତ୍ୟାଧୁନିକ ଜିମ୍ ହାଉସ୍ ଅତି ଅଳ୍ପ ସମୟ ମଧ୍ୟରେ ଯୁବକ-ଯୁବତୀଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟତା ହାସଲ କରିପାରିଛି । ଯୁବ ଉଦ୍ୟୋଗୀ ଶୁଭମ୍ ଦର୍ଜୀଙ୍କ ଦୃଢ଼ ସଙ୍କଳ୍ପ, ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାର ପରିଣାମ ସ୍ୱରୂପ ଏହି ଫିଟନେସ କ୍ଲବ ଆଜି କେବଳ ବଲାଙ୍ଗିର ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ପରିଚିତ ନାମରେ ପରିଣତ ହୋଇଛି । ଆଧୁନିକ ଯନ୍ତ୍ରପାତି, ପ୍ରଫେସନାଲ ଟ୍ରେନର, ସୁସ୍ଥ ପରିବେଶ ଓ ସଦସ୍ୟମାନଙ୍କ ପାଇଁ ବ୍ୟକ୍ତିଗତ ଗାଇଡ଼ାନ୍ସ ହେଉଛି ଏହି ଜିମ୍‌ର ମୂଳ ଆକର୍ଷଣ । ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବରେ ଆଜି ଶତାଧିକ ସଦସ୍ୟ ନିୟମିତ ଭାବେ ଅଭ୍ୟାସ କରୁଥିବାବେଳେ, ଅନେକେ ନିଜ ଓଜନ କମାଇବା, ବଡି ଟ୍ରାନ୍ସଫର୍ମେସନ, ମାଂସପେଶୀ ଗଠନ ଓ ସାଧାରଣ ସ୍ୱାସ୍ଥ୍ୟ ସୁଧାର ଭଳି ଲକ୍ଷ୍ୟରେ ସଫଳତା ଲାଭ କରିଛନ୍ତି । ଏହି ଜିମ୍‌କୁ ଆସୁଥିବା ଅନେକ କ୍ଲାଇଣ୍ଟ ନିଜ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆସିଥିବା କଥା ମଧ୍ୟ କହୁଛନ୍ତି । ଚାରିବର୍ଷ ପୂର୍ତ୍ତି ଅବସରରେ ଜିମ୍ ପକ୍ଷରୁ ଏକ ଭବ୍ୟ ଚତୁର୍ଥ ବାର୍ଷିକୋତ୍ସବ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିମ୍‌ର ସ୍ଥାପକ ତଥା ମାଲିକ ଶୁଭମ୍ ଦର୍ଜୀଙ୍କ ସହ ତାଙ୍କ ବାପା ସତ୍ୟନାରାୟଣ ଦର୍ଜୀ, ମା’ ଶ୍ରୀମତୀ ମୀନାକ୍ଷୀ ଦର୍ଜୀ ଓ ଧର୍ମପତ୍ନୀ ଶ୍ରୀମତୀ ପାୟଲ ଦର୍ଜୀ ମଞ୍ଚାସୀନ ଥିଲେ । ପରିବାରର ସମର୍ଥନ ଓ ଆଶୀର୍ବାଦ ଶୁଭମଙ୍କ ସଫଳତାରେ ବଡ଼ ଭୂମିକା ନେଇଥିବା କଥା ସେ ନିଜ ଉଦ୍‌ବୋଧନରେ କହିଥିଲେ । ଏହି ଅବସରରେ ଜିମ୍‌କୁ ଦୀର୍ଘ ସମୟ ଧରି ସମର୍ଥନ କରୁଥିବା ଓ ନିୟମିତ ଭାବେ ଅଭ୍ୟାସ କରୁଥିବା କ୍ଲାଇଣ୍ଟମାନଙ୍କୁ ବିଭିନ୍ନ ସମ୍ମାନ, ସାର୍ଟିଫିକେଟ୍ ଓ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହା ସହିତ କିଛି ସଫଳ ବଡି ଟ୍ରାନ୍ସଫର୍ମେସନ କରିଥିବା ସଦସ୍ୟଙ୍କୁ ମଧ୍ୟ ବିଶେଷ ସମ୍ମାନ ମିଳିଥିଲା । ମଞ୍ଚରେ ଉପସ୍ଥିତ ଥିବା ଜିମ୍ ସଦସ୍ୟମାନେ ନିଜ ନିଜ ଅଭିଜ୍ଞତା ସେୟାର କରି ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବ କିପରି ତାଙ୍କ ଜୀବନକୁ ସୁସ୍ଥ ଓ ସକ୍ରିୟ କରିଛି, ସେଥି ବିସ୍ତାରିତ ଭାବେ କହିଥିଲେ । ଟ୍ରେନରମାନଙ୍କ ମାର୍ଗଦର୍ଶନ, ଶୃଙ୍ଖଳିତ ଅଭ୍ୟାସ ଓ ସଠିକ୍ ଡାଏଟ୍ ପ୍ଲାନ୍ ଯୋଗୁଁ ସେମାନେ ନିଜ ଲକ୍ଷ୍ୟ ପାଇପାରିଥିବା କଥା ଉଲ୍ଲେଖ କରିଥିଲେ । ଶେଷରେ ଜିମ୍ ମାଲିକ ଶୁଭମ୍ ଦର୍ଜୀ କହିଥିଲେ ଯେ, ଆଗାମୀ ଦିନରେ ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଲବକୁ ଆହୁରି ବିସ୍ତାର କରିବା ସହ ବଲାଙ୍ଗିରକୁ ଏକ “ଫିଟ୍ ସିଟି” ଭାବେ ଗଢ଼ି ତୋଳିବା ହିଁ ତାଙ୍କର ମୂଳ ଲକ୍ଷ୍ୟ ।

Leave A Reply

Your email address will not be published.