oom

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରୁ ବୃଦ୍ଧଦମ୍ପତିଙ୍କଠାରୁ ସ୍ଵର୍ଣ୍ଣ ଅଳଙ୍କାର ଲୁଟି ନେଲେ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମ.କେ.ସି.ଜି. ମେଡ଼ିକାଲରୁ ବୃଦ୍ଧ ଦମ୍ପତିଠାରୁ ଲୁଟି ନେଲେ ସୁନା ଅଳଙ୍କାର । ଗଜପତି ଜିଲ୍ଲା ମହେନ୍ଦ୍ରଗଡ ଅଞ୍ଚଳର ଏହି ବୃଦ୍ଧ ଦମ୍ପତି ଜରିଆ ସାହୁ ଓ ତାଙ୍କର ପତ୍ନୀ ଶଶି ସାହୁ ବୋଲି ଜଣାଯାଇଛି । ବୃଦ୍ଧ ଦମ୍ପତିଙ୍କ ନିଜ ନିଜର ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ଆସିଥିଲେ । ଟିକେଟ କାଟିବା ପରେ ଉଭୟେ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ । ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ସେମାନଙ୍କ ନିକଟକୁ ଆସି କଥାବାର୍ତ୍ତା କରିଥିଲେ ପରେ ରକ୍ତ ପରୀକ୍ଷା କରିବା ପାଇଁ ବାହାନାରେ ବୃଦ୍ଧାଙ୍କ କାନଫୁଲ, ଝିକା ଓ ପତ୍ରି ମାଳି ଲୁଟି ନେଇ ଫେରାର ହୋଇଯାଇଥିଲେ । ବୃଦ୍ଧା ଜଣକ ସେଠାରେ ଅଚେତ୍ ହୋଇପଡ଼ିଥିବା ବେଳେ ତାଙ୍କୁ ସେଠାରେ କିଛି ଲୋକ ମାନେ ଉଦ୍ଧାର କରିଥିଲେ । ଏନେଇ ବୈଦ୍ୟନାଥପୁରୁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ’ ବୈଦ୍ୟନାଥପୁରୁ ଥାନା ଅଧିନରେ ମେଡ଼ିକାଲ କ୍ୟାମ୍ପସ ମଧ୍ୟରେ ଏକ ପୋଲିସ ଫାଣ୍ଡି ଥିଲେ ମଧ୍ୟ ପୋଲିସ କାର୍ଯ୍ୟରେ ଦୃଢ଼ତାର ଅବହେଳାର ସୁଯୋଗ ନେଇ ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ବୁଲୁଥିବା ଲୁଟେରା ଗ୍ୟାଙ୍ଗ ଜଣେ ଜଣେ ରୋଗୀଙ୍କଠାରୁ ଟଙ୍କା, ପଇସା, ଲୁଟ୍ ମାମଲା ବୃଦ୍ଧି ପାଉଛି । ବ୍ରହ୍ମପୁର ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ତଥା ଅଧିକା କଡାକଡି କରିବାକୁ ଜନସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.