om academy

ଗଞ୍ଜାମ ଜିଲ୍ଲାର ବିକାଶର ମଡେଲକୁ ଅନୁଧ୍ୟାନ ପାଇଁ ଆସିଥିବା ଟିମ୍‌କୁ ସ୍ଵାଗତ ସମ୍ବର୍ଦ୍ଧନା

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ବିକାଶର ମଡେଲକୁ ଅନୁଧ୍ୟାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ କୁମାର ରାଉତରାୟଙ୍କ ନେତ୍ତୃତ୍ୱରେ ଆସିଥିବା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀଯନ୍ତ୍ରୀ ବୃନ୍ଦ ଗତକାଲି ସକାଳେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଅଧିନସ୍ଥ ଶତ୍ରୁସୋଲ ଗ୍ରାମରେ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ଆଦର୍ଶ ଗାଈଗୁହାଳ ଏବଂ ଆଦର୍ଶ କୁକୁଡ଼ା ଘର ଆଦି ବୁଲି ଦେଖିଥିଲେ । ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆମନ୍ତ୍ରିତ ରାଜ୍ୟ ଅତିଥି ଟିମ୍‌କୁ ପ୍ରଥମେ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗଞ୍ଜାମ ବିଡିଓ ବିଶ୍ୱଜିତ ରାୟ ଶତ୍ରୁସୋଲ ଗ୍ରାମରେ ନିର୍ମାଣ କରାଯାଇଥିବା ପଚାଶରୁ ଅଧିକ ଆଦର୍ଶ ଗାଈ ଗୁହାଳ ଦେଖିବା ସହ ଗାଈର ଗୋବରରୁ ହେଉଥିବା ଖତ ଏବଂ ଗୋମୂତ୍ରରୁ ହିତାଧିକାରୀ ଲାଭବାନ କିଭଳି ପାଉଛନ୍ତି, ତାହା ପଚାରି ବୁଝିଥିଲେ । ଏହାପରେ ଶତ୍ରୁସୋଲ ଗ୍ରାମରେ ଟିମ୍ ପହଞ୍ଚି ୩୫ରୁ ଅଧ୍‌କ ଆଦର୍ଶ କୁକୁଡ଼ା ଘରବୁଲି ଦେଖିଥିଲେ । ଦେଶୀ କୁକୁଡ଼ା ପାଳନ କରି ହିତାଧିକାରୀ କିପରି ଲାଭବାନ ହେଉଛନ୍ତି, ତାହା ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗଞ୍ଜାମ-ବ୍ଲକ ଅଧ୍ୟକ୍ଷ ତଥା ସୁବଳୟା ସମିତି ସଭ୍ୟ ସୁରଥ ପ୍ରଧାନ, ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀ ଧର ପରିଡା, କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସ୍ଵାଗତିକା ମହାପାତ୍ର, ବି.ପି.ଏମ. ଜଳନ୍ଧର ମହାରଣା, ଶତ୍ରୁସୋଲ ଗ୍ରାମବାସୀ ବୃନ୍ଦ ପ୍ରମୁଖ ବହୁ ବୃଦ୍ଧିଜୀବୀ ଏହି ଟିମ୍ ପରିଦର୍ଶନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.