om academy

ପ୍ରକୃତିବନ୍ଧୁ ତଥା ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କେନ୍ଦ୍ରର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରକୃତିବନ୍ଧୁ ଶିକ୍ଷକ ବିରଂଚି ନାରାୟଣ ଦାଶ ପଦୋନ୍ନତି ପାଇବାପରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟରୁ ବିଦାୟ ନେଇ ଉକ୍ତ ବିଦ୍ୟାଳୟରେ ଯୋଗଦାନ ଦେଇଥିଲେ । ଶ୍ରୀ ଦାଶଙ୍କୁ ସ୍ୱାଗତ କରିବାକୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରାକୃତିବନ୍ଧୁ ସୂର୍ଯ୍ୟକାନ୍ତ ରଣା, ସିଆର୍‌ସିସି ଧନସିଂ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ ଉପସ୍ଥିତ ଥିଲେ । ସମସ୍ତ ଅତିଥି ତଥା ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଦାଶଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ମନୋଜ ତାଣ୍ଡୀ ସଭା ପରିଚାଳନା କରିଥିଲେ ।ସଭା ପରେ ଶ୍ରୀ ଦାଶ ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ବୃନ୍ଦ, ଅଭିଭାବକ ଗଣ ମିଶି ବୃକ୍ଷ ରୋପଣ କରିଥିଲେ । ତା’ ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅଲେଖ ବନଗୁଲା, ବିଶେଶ୍ୱର ମୁଦୁଲି, ସୁରଜ ଛତ୍ରିଆ ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.