oum

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲ ଠାରେ ଅପରାହ୍ନ ୩ ଘଣ୍ଟା ସମୟରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ପହିଲମାନ ସିଂ ବରିହା, ସମିତିସଭ୍ୟ ରତନ ବରିହା, ନାଏବ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ସାହୁ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ହେମନ୍ତ କୁମାର ବାରିକ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଦଣ୍ଡସନା ଅଧ୍ୟକ୍ଷତା କରିଥିଲେ । ନବନିର୍ବାଚିତ ପ୍ରତିନିଧିମାନଙ୍କୁ ବିଦ୍ୟାଳୟର ଶିକ୍ଷକ ଛେଲିଆ ପୋଢ଼, ଘନଶ୍ୟାମ ଥନାପତି ଓ ସହଦେବ ସାହୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପରିବେଶ, ପାଚେରୀ କାମକୁ ଗୁରୁତ୍ଵଦେବା ପାଇଁ ବକ୍ତବ୍ୟ ଦେଇଥିଲେ । ଉଚ୍ଚ ବିଦ୍ୟାଳୟର ପାଚେରୀକୁ ସମ୍ପୂର୍ଣ୍ଣ କରିବାକୁ ଅମିନ ସାହୁ ଓ ଶ୍ୟାମ ସୁନ୍ଦର ସୁନା ଜମିଦାନ କରିଥିଲେ । ସଭାରେ ଗ୍ରାମର ବିଶ୍ୱାମିତ୍ର ସୁନା, ଲମ୍ବୋଦର ସାହୁ, ଶୋଭାକର ସାହୁ, ମୀନ କେତନ ସାହୁ, ଲକ୍ଷ୍ମଣ ଦଣ୍ଡସନା, ସୁଦାମ ସାହୁଙ୍କ ଉପସ୍ଥିତିରେ ଅମିନ ସାହୁ ଭୂମି ପୂଜନ କରିଥିଲେ । କାର୍ଯ୍ୟକ୍ରମକୁ ଭାଗ୍ୟବାନ ସା, ସୁବାଷ ବରିହା, ଅର୍ଜୁନ ସାହୁ, ନବୀନ ଗହିର ସହଯୋଗ କରିଥିଲେ । ଶେଷରେ ଛେଲିଆ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.