ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟ ଅର୍ଥନୀତି ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ମହା ବିଦ୍ୟାଳୟ କନଫରେନ୍ସ କୋଠରୀରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ.ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ.ବିରଞ୍ଚି ସାହୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଅର୍ଥନୀତି ବିଭାଗର ଗୁରୁତ ଏବଂ ଛାତ୍ରଛାତ୍ରୀମାନଙ୍କର କେରିଅର ନିର୍ଦ୍ଧାରଣ ଉପରେ ବିସ୍ତିର୍ଣ୍ଣ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଡ.ନାୟକ ମୂଲ୍ୟଗତ ଶିକ୍ଷା, ନାରୀ ସଂପତି ଅଧିକାର ଏବଂ କର୍ମକ୍ଷେତ୍ରରେ ନାରୀମାନଙ୍କର ଅଗ୍ରଗତି ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ତାପସ ସାହୁ ଛାତ୍ରଛାତ୍ରୀମାନଙ୍କର ପରିଶ୍ରମ ଏବଂ ଭାଗ୍ୟ ନିର୍ଦ୍ଧାରଣ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀ ଆୟୋଜନ କରିଥିଲେ । ସେମାନେ ହେଲେ ରାକେଶ, ସ୍ବପ୍ନା, ବବଲି, ଜ୍ୟୋତି, ଅବିନାଶ, ରୋଜରିତିକା, ତନ୍ମୟ, ବିଜୟ, ରମେଶ, ମାନସ, ପ୍ରତିକ୍ଷା,ଗି ରିବାଳା, ଶ୍ରୁତି, ତନୁଜା ପ୍ରମୁଖ ଛାତ୍ରଛାତ୍ରୀ ଉକ୍ତ ସମାରୋହରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ଶେଷ ହୋଇଥିଲା ।

Leave A Reply

Your email address will not be published.