ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ଵାଗତ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଗୃହବିଜ୍ଞାନ ବିଭାଗରେ ନବାଗତା ପ୍ରଥମ ବାର୍ଷିକ ଛାତ୍ରୀମାନଙ୍କ ପାଇଁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ସଭାପତିତ୍ଵ କରି ମହାବିଦ୍ୟାଳୟର ଔପଚାରିକତା, ଶିକ୍ଷାର ମହତ୍ତ୍ଵ, ଉତ୍ତମ ବ୍ୟବହାର ଉପରେ ନବାଗତା ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଭାଗୀୟ ମୁଖ୍ୟ ସୁଶ୍ରୀ ସଂଗୀତା ଗୌନ୍ତିଆ ନୂତନ ଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇବା ସହ ଗୁରୁ-ଶିଷ୍ୟର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସୁଶ୍ରୀ ରିକିତା ପଧାନ ଏବଂ ବିଭାଗର ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ତୃତୀୟ ବର୍ଷର ଛାତ୍ରୀ ସୁଶ୍ରୀ ଶିବାନୀ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.