oum

ଦୁଇ ମନ୍ତ୍ରୀଙ୍କୁ ଜୋର୍‌ଦାର୍‌ ସ୍ୱାଗତ କଲେ ମୟୂରଭଞ୍ଜବାସୀ

jsm

ମୟୁରଭଞ୍ଜ, (ଶ୍ୟାମଳେନ୍ଦୁ ପରିଡା) : ମୟୂରଭଞ୍ଜରରେ ବିଜେପି ନେତା ଓ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡ଼ିଛି । ବାରିପଦାରେ ବିଜେପିର ୭ ଜଣ ବିଧାୟକ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ । ଗତ ସାଧାରଣ ନିର୍ବାଚନରେ ସାରା ଓଡ଼ିଶାରେ ବିଜେପି ସରକାର କରିବା ପରେ ବିଧାୟକ ମାନଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରାଯାଇଥିଲା । ଏହି ମନ୍ତ୍ରୀ ପଦ ପାଇବା ପରେ ନିଜ ଅଞ୍ଚଳକୁ ଫେରିଥିଲେ ସମସ୍ତ ବିଧାୟକ । ତେବେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାୟକ ତଥା ମନ୍ତ୍ରୀପଦ ପାଇଥିବା ବିଧାୟକଙ୍କୁ ସ୍ଵାଗତ କରିବା ପାଇଁ ବାରିପଦାର ପାଲବଣି ଠାରୁ ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହା ସହର ପରିକ୍ରମା କରିବା ସହ ତପତପୁର ଠାରେ ଥିବା ବିଜେପି ଦଳୀୟ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ଏହା ପରେ ସେଠାରେ ମଧ୍ୟ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସେଲିବ୍ରେସନ୍‌ କରିଥିଲେ କାର୍ଯ୍ୟକର୍ତ୍ତା । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ଯେ, ସହରର ବିକାଶ କିଭଳି ଭାବେ ହେବ ସେନେଇ ନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନ ମନ୍ତ୍ରୀ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ଓ ଦାୟିତ୍ୱ ଦେଇଛନ୍ତି ତାହା କିଭଳି ସୁଚାରୁ ରୂପେ ପରିଚାଳିତ ହେବ ସେଥିପାଇଁ ଦାୟିତ୍ୱବାନ ହେବା ବୋଲି କହିଛନ୍ତି । ମୟୂରଭଞ୍ଜରେ ଦିନକୁ ଦିନ ସନ୍ତୁଳନ ହରାଉଥିବା ପରିବେଶକୁ କିପରି ସନ୍ତୁଳନ କରାଯାଇ ପାରିବ ଏବଂ ଶିମିଳିପାଳର ସୁରକ୍ଷା ନିଆଯାଇ ପାରିବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

Leave A Reply

Your email address will not be published.