ନବନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଛତ୍ରପୁର ବିଧାୟକଙ୍କ ସ୍ୱାଗତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ୧୫ତମ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବ୍ୟ-ମଞ୍ଚରେ ଶପଥ ପାଠ କରିବା ପୂର୍ବରୁ ଛତ୍ରପୁରର ନବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରର ବିକାଶ ଦିଗରେ ଆଲୋକପାତ କରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳ ସମସ୍ୟା ଉପରେ ସମ୍ୟକ୍ ତଥ୍ୟ ଆଲୋଚନା କରି ବିକାଶ କରିବା ପାଇଁ ଅନୁରୋଧ ପୂର୍ବକ ଦୃଷ୍ଟି ଆକର୍ଷଣ କରିଥିଲେ । ଏକ ଭବ୍ୟ ଅନ୍ତରଙ୍ଗ ମୂହର୍ତ୍ତରେ ବାର୍ତ୍ତା ଆଳାପରେ ଛତ୍ରପୁର ବିଧାୟକ କୃଷ୍ଣ ବାବୁ ନବ-ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସ୍ନେହ ଶ୍ରଦ୍ଧାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ବୋଲି କୁହାଯାଏ ।

Leave A Reply

Your email address will not be published.