jayashree

ଖଲିଆପାଲିରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ସାଲେଭଟା କ୍ଲଷ୍ଟର ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ର ସତର୍କତା ମୂଳକ ପଦକ୍ଷେପ ଅନୁଯାୟୀ ଦୀର୍ଘ ୧୮ ମାସର ବ୍ୟବଧାନ ପରେ ଆଜି ସରକାରଙ୍କ ସ୍ୱୀକୃତିରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପରିସରରେ ପ୍ରତ୍ୟକ୍ଷ ଶ୍ରେଣୀ କକ୍ଷରେ ପାଠପଢା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସ୍କୁଲର ପ୍ରବେଶ ଦ୍ୱାରରେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଦେଇ ପାଛୋଟି ଅଣା ଯାଇଥିଲା । ଜୁନିଅର ରେଡକ୍ରସ ତରଫରୁ ଆବଶ୍ୟକୀୟ ମାସ୍କ ପରିଧାନ, ହାତ ଧୋଇବାର ସଠିକ ପ୍ରଣାଳୀ, ସାମାଜିକ ଦୂରତା ବଜାୟ ରଖିବା ତଥା ଶ୍ରେଣୀ ଗୃହରେ ଶିକ୍ଷଣ କାର୍ଯ୍ୟକ୍ରମକୁ ସରଳ ଓ ଆନନ୍ଦମୟ କରିବାକୁ ଥିବା ସରକାରଙ୍କ ଗାଇଡ୍‌ଲାଇନ୍‌କୁ ସମସ୍ତଙ୍କୁ ବୁଝାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ସଂଯୋଜନ କରିଥିବା ବେଳେ ପ୍ରଧାନଶିକ୍ଷକ ଦଶରଥ ପଟେଲ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବରେ ଆଗଲପୁର ବ୍ଲକ ଏବିଇଓ ପ୍ରଭାତ କୁମାର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ପ୍ରଦାନ କରିବା ସହିତ ବିଦ୍ୟାଳୟକୁ ପ୍ରତିଦିନ ଆସି ଶିକ୍ଷା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିିସି ସଦାନନ୍ଦ ଭୋଇ, ଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାଇକଚନ୍ଦନ, ରୁନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.