oom

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରବେଶ ସମୟରେ ସ୍ୱାଗତ

jsmm

ସାଲେଭଟା, (କେପିଏନ୍‌ଏସ୍‌) : କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ସ୍କୁଲ ପାଠପଢା ବନ୍ଦ ହୋଇଯାଇଥିଲା । କରୋନା ସ୍ଥିତିରେ ସୁଧାର ହେବା ପରେ ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହ ପାଠପଢାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଣୁ ଆଜି ସାଲେଭଟା କୃଷ୍ଣ ପ୍ରସାଦ ମିଶ୍ର ମେମୋରିଆଲ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ବାଳିକାମାନେ ପାଠ ପଢିବାକୁ ଆସିଥିଲେ । ପୂର୍ବରୁ, ବିଦ୍ୟାଳୟ ପରିସର ତଥା ଶ୍ରେଣୀ କକ୍ଷ ଗୁଡିକୁ ସାନିଟାଇଜ କରାଯାଇଥିବା ସହିତ ପ୍ରବେଶ ଦ୍ୱାରରେ ସାମାଜିକ ଦୂରତା ଅନୁପାଳନ ନିମନ୍ତେ ଗୋଲେଇ ଚିହ୍ନ ଦିଆଯାଇଥିଲା । ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବାଳିକାମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ସମୟରେ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା । ସମସ୍ତଙ୍କର ହାତକୁ ସାନିଟାଇଜ କରାଯାଇ ମାସ୍କ ବଂଟନ କରାଯାଇଥିଲା । ବିଦ୍ୟାଳୟରେ ପାଠପଢାର ରହଣି ସମୟରେ ଛାତ୍ରୀମାନେ କିଭଳି କୋଭିଡ ନିୟମକୁ ବା ଏସୋପିକୁ ନିଶ୍ଚିତ ରୂପେ ଅନୁପାଳନ କରିବେ ସେ ବିଷୟରେ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ ପ୍ରାଂଜଳ ଭାବରେ ବୁଝାଇ ଥିଲେ । କାର୍ଯ୍ୟକ୍ରମରେ ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତ, ବାଳିକା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରୋତମ ପାଣିଗ୍ରାହି, ଭାଗ୍ୟଧର ପଣ୍ଡା, ପରାମର୍ଶଦାତା ସୁବୋଧ କୁମାର ଭୋଇ, ଶିକ୍ଷିକା ମମତା ସେଠୀ, କାଳୀନ୍ଦ୍ରି ଷଡଙ୍ଗୀ, ରଶ୍ମୀଲତା ଦାଶ, ସୁଚିତା କବାଟ, ଶ୍ରୀମୟୀ ପଟେଲ, ସୁରେଶ ଭୋଇ, ଭଗବାନ ଦାଶ, ବୀଣାପାଣୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ ।

jittmm
Leave A Reply

Your email address will not be published.