oom

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ରାଉରକେଲା, (ସସ୍ମିତାପ୍ରଧାନ) : ସେକ୍ଟର ୧୯ ଥାନା ପ୍ରଭାରୀ ଭାବେ ମାନସ ବାରିକ ଯୋଗ ଦେବା ପରେ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଆମ ପୁଲିସ ତରଫରୁ ପଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଆମ ପୁଲିସର ମୁଖ୍ୟ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିହାର ସାମଲ, ସନ୍ତୋଷ ସ୍ୱାଇଁ, ଗଣେଶ ଜୟସିଂହ, ସୁବାସ ଗୁପ୍ତା, ଚନ୍ଦ୍ରମଣି ସାହୁ ପ୍ରମୁଖ ବକ୍ତବ୍ୟ ରଖି କହିଲେ ଯେ, ଆମ ପୁଲିସ ପୂର୍ବରୁ ଯେପରି ପୁଲିସକୁ ସହଯୋଗ କରିଆସିଥିଲା ସେହି ସହଯୋଗ ବଜାୟ ରହିବ । ଏହି ଅବସରରେ ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ପ୍ରତ୍ୟୁତ୍ତରରେ ଥାନା ପ୍ରଭାରୀ ଶ୍ରୀ ବାରିକ ସମସ୍ତଙ୍କ ସହଯୋଗ ଲୋଡିବା ସହିତ ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ତାଙ୍କର ପ୍ରାଥମିକତା ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଜୀବ ପଣ୍ଡା, ମନୋଜ କୁମାର ନାୟକ, ଅକ୍ଷୟ କୁମାର ଧଳ, ଶ୍ୟାମସୁନ୍ଦର ପ୍ରଧାନ, ରୋଶନ ବା, ସଞ୍ଜୟ ରଜାକ, ଗ୍ରାବିଏଲ ବରୁଆ ପ୍ରମୁଖ ଉପସ୍ଥିତ ଥିଲା ବେଳେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.