ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ରାଉରକେଲାର ନୟାଡେରାଠାରେ ମାଝୀ ମାଣ୍ଡଆ ଓ ରଘୁନାଥ ଯୁବକ ସଂଘ ତରଫରୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ପରମ୍ପରାର ନୃତ୍ୟ ଗୀତ ମାଧ୍ୟମରେ ଗ୍ରାମବାସୀଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ମାଝୀ ମାଣ୍ଡଆର ଆବାହକ ମଦନମୋହନ ଟୁଡୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗବନ୍ଧୁ ବେହେରା ମୁଖ୍ୟଅତିଥି, ମାଝୀ ମାଣ୍ଡଆର ମାଝୀ ଗମକେ ଶିବଶରଣ ଟୁଡୁ ମୁଖ୍ୟବକ୍ତା ଓ ଅନ୍ୟତମ ଅତିଥି ଭାବେ ଗ୍ରାମର ବୟୋଜ୍ୟଷ୍ଠ ବ୍ୟକ୍ତି ବାର୍ଷା ମାର୍ଣ୍ଡି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଆବାହକ ଶ୍ରୀ ଟୁଡୁ ରାଷ୍ଟ୍ରପତିଙ୍କ ଜୀବନ ଶୈଳୀ ଓ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେକ୍ଟର ୭ର ମାଝୀ ଗମକେ ବନମାଳୀ ଟୁଡୁ, ଭୋଳାନାଥ ଟୁଡୁ, ନୃତ୍ୟ ଦଳରେ ମାଡକମ ଟଲା ରୁଷିକା ଗଣ ଓ କଟୁଆଟୋଲାର ସମସ୍ତ ରୁଷିକା ଗଣ ଯୋଗଦେଇଥିଲେ । ଏହା ସହ ସର୍ବଶ୍ରୀ ଅମରେନ୍ଦ୍ର ଶର୍ମା, ମଣ୍ଡଳ ସଭାପତି ଅମ୍ରିତ ଲାଲ ଓରାମ, ସରପଞ୍ଚ ଶାକାରୀ ଓରାମ, ଚନ୍ଦ୍ରମୋହନ ହାସଦା, ପାନିୟା ଟିଗା ଏବଂ ଜିଲ୍ଲା ଆଦିବାସୀ ମୋର୍ଚ୍ଚାର ସଭାପତି ବାବୁଲି ମୁର୍ମୁ ଓ ଗୁରୁ ଗମକେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ହାସଦା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.