ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କୁ ପାଇକମାଲରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ନୂଆପଡାରୁ ପଦ୍ମପୁର ନୂଆପାଲି ନବପ୍ରଭାତ ଗୁରୁକୁଳ ଆଶ୍ରମର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ସମୟରେ ପାଇକମାଲ ଛକ ଠାରେରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେପି ବରଗଡ ଜିଲ୍ଲା ମହାସଚିବ ସରୋଜ ସାମଲଙ୍କ ନେତୃତରେ ଗୋବର୍ଦ୍ଧନ ଅଗ୍ରୱାଲ, ହାଡୁ ସାହୁ, ହେମ ସାଗର ଭୋଇ, ସୁଶାନ୍ତ ନାଗ, ଆଶୁତୋଷ ସାହୁ, କୈଳାସ ଦିଶ୍ରୀ, ସୁବାସିନୀ ପ୍ରଧାନଙ୍କ ସହ ଶତାଧିକ ସ୍ୱାଗତ କରି ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଓ ନୃସିଂହ ମହାପ୍ରଭୁଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ । ତାଙ୍କ ସହ ନୂଆପଡା ବିଧାୟକ ଜୟ ଭାଇ ଢୋଲକିଆ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.