ବଲାଙ୍ଗିର, (କେପିଏନ୍ଏସ୍) : ନୂତନ ଭାବରେ ନାମ ଲେଖାଇଥିବା ୨୦୨୫-୨୬ ଶିକ୍ଷାବର୍ଷର ନର୍ସିଂ ଛାତ୍ରୀଛାତ୍ର ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସାଇଟ କଲେଜ ପରିସରରେ ଆୟୋଜନ କରାଯାଇଥିଲା । କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର, ସମ୍ପାଦକ ନାରାୟଣ ପ୍ରସାଦ ମିଶ୍ର, ପ୍ରିନସିପାଲ ପ୍ରଫେସର ସ୍ନିଧାମୀନତି ଦାନି ଓ ଭାଇସ-ପ୍ରିନସିପାଲ ଲୋପାମୁଦ୍ରା ମିଶ୍ର ମଞ୍ଚାସୀନଥିଲେ । ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଏହି ସଭାରେ ଯୋଗଦାନ କରିଥିଲେ । ପ୍ରଥମେ ଭାଇସ-ପ୍ରିନସିପାଲ ଶ୍ରମତୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପ୍ରିନସିପାଲ ଶ୍ରୀମତୀ ଦାନି କଲେଜର ଶିକ୍ଷା ପଦ୍ଧତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରତିଷ୍ଠାତା ଡ. ମିଶ୍ର ସାଇଟ କଲେଜର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ହଜାର ହଜାର ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ଆଜି ଓଡିଶାର ଶତାଧିକ କଲେଜରେ ପ୍ରିନସିପାଲ ଭାବରେ କାମ କରୁଥିବା ପ୍ରକାଶ କରିଥିଲେ । ପୁନଶ୍ଚ ଅନେକେ ସେବିକା ଭାବରେ ସରକାରୀ ଓ ବେସରକାରୀ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ଥାଇ କଲେଜର ସୁନାମ ଆଣିଛନ୍ତି । ତେଣୁ ସେ ସମସ୍ତ ଛାତ୍ରଛାତ୍ରୀଙ୍କ ଶୁଭକାମନା କରିଥିଲେ । ଶେଷରେ ସଂପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିବା ପରେ ପରେ ସମସ୍ତ ନୂତନ ଛାତ୍ରଛାତ୍ରୀ ନିଜନିଜ ଶ୍ରେଣୀ ଗୃହକୁ ଯାଇ ଶିକ୍ଷାରମ୍ଭ କରିଥିଲେ ।