କନସିଂହା ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ଭବ୍ୟ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ପ୍ରଧାନ ଶିକ୍ଷକ ଡକ୍ଟର ପ୍ରେମାନନ୍ଦ ବେହେରାଙ୍କ ଯୋଗଦାନ ଅବସରରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ କନସିଂହା ଠାରେ ଏକ ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା । ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ବନିଆ ପୁଷ୍ପଗୁଚ୍ଛ ସହିତ ଉପଢୌକନ ପ୍ରଦାନ କରି ସ୍ୱାଗତ ଭାଷଣ ଆରମ୍ଭ କରିଥିଲେ । ଯେଉଁଥିରେ ନୂତନ ପ୍ରଧାନ ଶିକ୍ଷକଙ୍କ ସଫଳତା ଏବଂ ଅବଦାନ ଉପରେ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷକ ଡକ୍ଟର ବେହେରା ତାଙ୍କ ଭାଷଣରେ, ଏହି ଭବ୍ୟ ସ୍ୱାଗତ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଶୈକ୍ଷିକମାନ, ଶୃଙ୍ଖଳା ଏବଂ ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଚନ୍ଦନା ଚନ୍ଦ୍ରପ୍ରଭା ପ୍ରଧାନ, ରୋଶନୀ ଦେହେରୀ, ଜିତେନ୍ଦ୍ରିୟ ଗିଙ୍ଗିରା, ଦାଶରଥୀ ମହାନନ୍ଦ, ବଳରାମ ଦେହେରୀ, ଗୋବର୍ଦ୍ଧନ ମିଶ୍ର, ସଞ୍ଜୟ ଦେହେରୀ, ସୁଶାନ୍ତ ମେହେର, ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୁଷଣ ବାରିକ୍ ସୁଚାରୁ ରୂପେ ତୁଳାଇଥିଲେ । ପରିଶେଷରେ ହରିହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.