
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳର ଭାସ୍କର ବେହେରାଙ୍କ ସୁପୁତ୍ର ବିଏସଏଫ ଯବାନ ଚିତ୍ତ ରଞ୍ଜନ ବେହେରା ଦୀର୍ଘ ୨୨ ବର୍ଷ ଦେଶ ମାତୃକାର ସେବା କରି ଅବସର ନେଇ କର୍ମଭୂମିରୁ ଫେରିଛନ୍ତି ନିଜ ଜନ୍ମଭୂମି ଭବାନୀପାଟଣାକୁ । ତାଙ୍କୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ଜଣାଇ ସମ୍ମାନର ସହ ବହୁ ଆଡମ୍ବରରେ ପାଛୋଟି ନେଇଛନ୍ତି ଅଞ୍ଚଳବାସୀ । ଜଣେ ଅବସରପ୍ରାପ୍ତ ବୀର ଯବାନ ଙ୍କୁ ପୁଷ୍ପରେ ସୁସଜ୍ୱିତ ଏକ ଖୋଲା ଜିପରେ ଭବାନୀପାଟଣା କଲେଜ ଛକଠାରୁ ନୂଆପଡା ଘର ପର୍ଯ୍ୟନ୍ତ ବାଇକ ରାଲି କରି ସ୍ଥାନୀୟଲୋକେ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ । ଅଲ ଷ୍ଟାର କ୍ରିକେଟ କ୍ଲବ ତରଫରୁ ସଭାପତି କୁନାଲ ବେହେରା, ସୁଧାଂଶୁ ନାଏକ, ଟୁକୁ ପଣ୍ଡା, ଚନ୍ଦନ ପଣ୍ଡା, ଦୀପକ ପାଣିଗ୍ରାହୀ, ସାଗର ସାହୁ ପ୍ରମୁଖଙ୍କର ନେତୃତ୍ୱରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।