1234

ପବିତ୍ର ରେଜାଙ୍ଗଲା ସହିଦ ମାଟି କଳସକୁ ବଲାଙ୍ଗିର ଜିଲ୍ଲାରେ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ୧୯୬୨ ମସିହା ନଭେମ୍ବର ୧୮ ତାରିଖରେ ଲଦାଖର ରେଜାଙ୍ଗଲାଠାରେ ହୋଇଥିବା ଭାରତ ଏବଂ ଚୀନ ଯୁଦ୍ଧରେ ୧୨୦ ଜଣ ଯାଦବ ବୀର ସୈନିକ ଚୀନର ପ୍ରାୟ ୩୦୦୦ ସୈନିକକୁ ମାରିଥିଲେ । ୧୨୦ରୁ ୧୧୪ ଜଣ ଅହୀର ଯାଦବ ଯବାନ ଦେଶ ପାଇଁ ଶହୀଦ ହୋଇଥିଲେ । ସେହି ପବିତ୍ର ରେଜାଙ୍ଗଲା ମାଟି କଳସ ଯାତ୍ରା ବିହାରର ଚାପ୍ରାରୁ ଏପ୍ରିଲ୧୩ ତାରିଖରୁ ବାହାରି ସମଗ୍ର ଭାରତ ପରିକ୍ରମା କରି ଆସନ୍ତା ନଭେମ୍ବର ୧୮ ତାରିଖରେ ନୂଆଦିଲ୍ଲୀ ଠାରେ ପହଞ୍ଚିବ । ଆଜି ନୂଆପଡା ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାରେ ପ୍ରବେଶ କରିଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ପହଞ୍ଚିଲା ରେଜାଙ୍ଗଲା କଳସ ଯାତ୍ରା । ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପହଞ୍ଚିବା ପରେ ଜିଲ୍ଲା ଯାଦବ ସମାଜ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ୧୯୬୨ ମସିହା ଚୀନ ଭାରତ ଯୁଦ୍ଧରେ ନିଜର ବୀରତ୍ଵ ପ୍ରଦର୍ଶନ କରି ସହିଦ ହୋଇଥିବା ଯାଦବ ସୈନ୍ୟମାନଙ୍କ ସ୍ମୃତିକୁ ସମଗ୍ର ଦେଶରେ ପ୍ରସାରିତ କରିବାକୁ ଅଲ୍ ଇଣ୍ଡିଆ ଯାଦବ ସମାଜ ତରଫ ରୁ ରେଜାଙ୍ଗଲା କଳସ ଯାତ୍ରା ଆରମ୍ଭ ହୋଇଛି । ନୂଆପଡା ଜିଲ୍ଲାରୁ ଏହି କଳସ ବଲାଙ୍ଗିର ଜିଲ୍ଲା ଭାଲୁମୁଣ୍ଡା ପହଞ୍ଚିବା ପରେ ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି ଓ ବେଳପଡ଼ା ଅଭିମୁଖେ ନିଆଯାଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପବିତ୍ର କଳସକୁ ଗ୍ରହଣ କରିବା ପରେ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିକ୍ରମା କରାଯାଇଛି । ଏଥିରେ ଅଖିଳ ଭାରତୀୟ ଯୁବ ସଭାପତି ଇଂ ପ୍ରଦୀପ ବେହେରା, କଳସ ଯାତ୍ରାର ସଂଯୋଜକ ନନ୍ଦଲାଲ ସିଂ ଯାଦବ, ଉତ୍କଳ ଯାଦବ ମହାସଭା ଉପସଭାପତି ଲମ୍ବୋଦର ନିଆଲ, ସାଧାରଣ ସମ୍ପାଦକ ତ୍ରିଲୋଚନ ନାଗ, ଗୋବିନ୍ଦ ବନ୍ଦିଛୋର, ନୂଆପଡା ଜିଲ୍ଲା ମହିଲା ସେଲ ସଭାନେତ୍ରୀ ମମତା ଥପା ସହ ରାଜ୍ୟର ନେତୃବୃନ୍ଦ ମାନେ ସାମିଲ ହୋଇଥିଲେ । ବଲାଙ୍ଗିର ଜିଲ୍ଲାରେ ଏହି କଳସକୁ ସ୍ୱାଗତ କରାଯାଇଛି । ଏଥିରେ ବ୍ଲକ ଯାଦବ ମହାସଭା ସଭାପତି ଯୋଗେନ୍ଦ୍ର ବଚ୍ଛା, ସମ୍ପାଦକ ମୁନିରାମ ନାଗ, ଯୁବ ସଭାପତି ଘନଶ୍ୟାମ ମନହୀରା, ଯୁବ ସଂଗଠକ ପବିତ୍ର ପୋଢ଼, ଯୁବ । ସାମ୍ବାଦିକ ହୁଲେଶ୍ୱର ହଂସ, ପଙ୍କଜ ନାଗ, ଚାନ୍ଦୋତରା ସରପଞ୍ଚ ଜିତେନ୍ଦ୍ର ବଚ୍ଛା, ବେଳପଡ଼ା ସରପଞ୍ଚ ଖରତ ବାଗ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହିର, ସମିତି ସଭ୍ୟ ରାଜୁ ହାତୀ, ଉପଦେଷ୍ଟା ଦେବକୁମାର ବଚ୍ଛା, ବିହାରୀ ସଗରିଆ, ଜିଲ୍ଲା ସମ୍ପାଦକ ଖୀରସିନ୍ଧୁ ବଚ୍ଛା, ଭାଲୁମୁଣ୍ଡା ସଭାପତି ସୁଶାନ୍ତ ଠେଲା, ହରିଷ କେତକୀ, ହୃଦାନନ୍ଦ ନାଗ, ଅର୍ଦ୍ଧେନ୍ଦୁ ଦାସ ଯାଦବ, ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା, ତୁରେକେଲା ବ୍ଲକ ସଭାପତି ମକରଧ୍ୱଜ ନିଆଲଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯାଦବ ଭାଇ ଭଉଣୀ ମାନେ ସାମିଲ ହୋଇଥିଲେ । ବିଭିନ୍ନ ସ୍ଥାନରେ କଳସକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏଥିରେ ଯାଦବ ସମାଜ ସମେତ ବିଭିନ୍ନ ସମାଜର ଲୋକେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିଲା । ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା ଗସ୍ତ କରିବ ବୋଲି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.