oom

ମଡେଲ ହସ୍ପିଟାଲ ନୂଆ ସୁପରିଟେଣ୍ଡେଣ୍ଟଙ୍କୁ ହିନ୍ଦ ମଜଦୁର ସଭାର ସ୍ୱାଗତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରାହ୍ନ ତିନିଟା ବେଳେ ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ରାଉରକେଲା ସ୍ଥିତ ଇଏସ୍ ଆଇସି ମଡେଲ ହସ୍ପିଟାଲରେ ପହଞ୍ଚି ନୂତନ ଭାବେ ମେଡିକାଲ ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଡାଃ ଏମ୍ ପ୍ରକାଶ ମିଞ୍ଜଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ତତ୍ ସହିତ ହସ୍ପିଟାଲ ଡାକ୍ତର ଅଭାବରୁ ଉପୁଜୁଥିବା ସମସ୍ୟା ଓ ଏହାର ଆସୁ ସମାଧାନ କରିବାକୁ ସଂଗଠନ କର୍ମକର୍ତ୍ତାମାନେ ଆଲୋଚନା ମାଧ୍ୟମରେ ପରାମର୍ଶ ଦେଇଥିଲେ । ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ନକରି ପାରିଲେ, ତୁତନ୍ତ ସହବନ୍ଧିତ ଡାକ୍ତରଖାନାକୁ ରେଫର୍ କରିବାକୁ ମଧ୍ୟ ସୁପରିଟେଣ୍ଡେଣ୍ଟ ଡ. ମିଞ୍ଜ ସହମତି ପ୍ରକାଶ କରି କହିଛନ୍ତି ଏହାପରଠାରୁ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବାକୁ ଦିଆଯିବ ନାହିଁ, ଯଦି ଚିକିତ୍ସା ଉପଲବ୍ଧ ନଥାଏ ତୁରନ୍ତ ରୋଗୀଙ୍କୁ ଟାଇ ଆପ ହସ୍ପିଟାଲ କୁ ପଠାଇବେ ଓ ରୋଗୀ ମାନଙ୍କ ଚିକିତ୍ସା ସେବାରେ କୌଣସି ପ୍ରକାର ଅସୁବିଧା ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ମହେଶ୍ୱର ମହାପାତ୍ର ,ଉମେଶ ଚନ୍ଦ୍ର ନାୟକ ଜଗବନ୍ଧୁ ଜେନା, ଦିଲୀପ ଜେନା, ଅଶୋକ ଜେନା ପ୍ରଭୃତି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.