କୁମୁକା ଜଙ୍ଗଲରୁ ବକୁଳବନ ସୁରକ୍ଷା ଅଭିଯାନକୁ ବିପୁଳ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ନବବର୍ଷରୁ ଆରମ୍ଭ କରାଯାଇଥିବା ‘କୁମୁକା ଜଙ୍ଗଲରୁ ବକୁଳବନ ସୁରକ୍ଷା ଅଭିଯାନ’ କୁ ସତ୍ୟବାଦୀର ବନ୍ଦନା ସାରସ୍ୱତ ଆସରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ନବବର୍ଷର ପ୍ରଥମ ଦିନରେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ପରିବେଶ ପ୍ରେମୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଉକ୍ତ ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ସେହିଦିନ ସତ୍ୟବାଦୀର ବକୁଳବନରେ ଉତ୍କଳ ସମ୍ମିଳନୀର ପୁରୀ ଜିଲ୍ଲା ସଭାପତି ତଥା ସତ୍ୟବାଦୀ ସଂସ୍କୃତି ଓ ସତ୍ୟବାଦୀ ଇତିହାସର ଲେଖକ ଭୀମସେନ ମହାପାତ୍ରଙ୍କ ସମେତ ସତ୍ୟବାଦୀବାସୀ ଉକ୍ତ ଅଭିଯାନକୁ ବିପୁଳ ସ୍ୱାଗତ କରିବା ସହ ଏହାର ମଙ୍ଗ ଧରିଥିବା ପରିବେଶ ପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଦୀର୍ଘ ଏକମାସ ସାତଦିନ ବ୍ୟାପି ଉକ୍ତ ଅଭିଯାନ ଡେଲାଙ୍ଗ, କଣାସ, ପିପିଲି, ସତ୍ୟବାଦୀ ଅଂଚଳରେ ଜନସଚେତନତା ସୃଷ୍ଟି କରି ଆସୁଥିବା ବେଳେ ଗତ କାଲି ଫେବୃଆରୀ ୭ ତାରିଖରେ ସତ୍ୟବାଦୀର ବନ୍ଦନା ସାରସ୍ୱତ ମଞ୍ଚରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ସହ ହୃଷୀକେଶ ପାଢ଼ୀଙ୍କ ଏତାଦୃଶ କାର୍ଯ୍ୟର ଭୁରି ଭୁରି ପ୍ରଂଶସା କରାଯାଇଥିଲା ।

Leave A Reply

Your email address will not be published.