ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଆଜି ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ବାରିକ ବିଭାଗୀୟ ମୁଖ୍ୟ ହିସାବରେ ରାଜନୀତି ବିଜ୍ଞାନ ବିଭାଗରେ ତାଙ୍କ ସ୍ୱାଗତ ଅଭିଭାଷଣ ସମାପ୍ତ କରି ଅନ୍ୟାନ୍ୟ ବିଭାଗକୁ ଯାଇ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତା ପ୍ରଦାନ କରିଥିଲେ । ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଓ ଅଧ୍ୟାପକ ଅଭିନାଶ ମହାପାତ୍ର ମଧ୍ୟ ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଓଡିଆ ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ଛାତ୍ରଛାତ୍ରୀଙ୍କୁ ଏକ ଉତ୍ତମ ନାଗରିକ ହେବା ପାଇଁ ପ୍ରେରଣା ଦେଇଥିଲେ । ସଭାରେ ଅଧ୍ୟାପକ ଦେବରାଜ ସାହୁ ଓ ଅଧ୍ୟାପିକା ଝରଣା ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ମୀନା କୁମାରୀ ସାହୁ ଛାତ୍ରଛାତ୍ରୀଙ୍କୁ ସତ ମାର୍ଗରେ ପରିଚାଳିତ ହୋଇ ସଠିକ ମାର୍ଗ ଚୟନ ବାର୍ତ୍ତା ଦେଇଥିବା ବେଳେ ଅଧ୍ୟାପକ ଦେବାଶିଷ ଭଏନା ମଧ୍ୟ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଦୀପ୍ତ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ସାଂପ୍ରତିକ ସମୟରେ ଶିକ୍ଷାର ମହତ୍ତ୍ୱ ସଂପର୍କରେ ବାର୍ତ୍ତା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଙ୍କିତ କୁମାର ଦାସ ନବାଗତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ ନିମିତ୍ତ ପ୍ରେରଣା ଦେଇଥିଲେ । ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଦୀପ କୁମାର ଦେୱାନ ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତୀ ହେବା ସହିତ ଉତ୍ତମ ଛାତ୍ରର କର୍ତ୍ତବ୍ୟ ସଂପର୍କରେ ସୂଚନା ଦେଇଥିବା ବେଳେ ଅଧ୍ୟାପିକା ଅଞ୍ଜଳି ବାଗ ମଧ୍ୟ ଉପସ୍ଥିତ ଥିଲେ । ବହୁ ଆଡମ୍ବର ସହକାରେ ସମସ୍ତ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସମାପନ ହୋଇଥିଲା । ଏହି ସଭାକୁ ସଫଳ କରିବାରେ କର୍ମଚାରୀ ବୃନ୍ଦ ମଧ୍ୟ ସକ୍ରିୟ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.