jittmm
sonalika

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳପଡିଆଠାରେ ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ଓ ବଙ୍ଗୋମୁଣ୍ଡା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଇନ୍ଦ୍ରଧନୁ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସନ୍ତୋଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର ରାକେଶ କୁମାର ଅଗ୍ରୱାଲ, ବଙ୍ଗୋମୁଣ୍ଡା ସରପଂଚ ଅଜିତ କୁମାର ଯୋଶୀ, ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ବୈକୁଣ୍ଠନାଥ ଶବର, ସମାଜସେବୀ କିଶାନଲାଲ ଅଗ୍ରୱାଲ, ସମାଜସେବୀ ଆନନ୍ଦ ଅଗ୍ରୱାଲ, ମହେଶ କୁମାର ଜୈନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଆମ ଦେଶ ଇଂରେଜ ମାନଙ୍କ କବଳରୁ ସ୍ୱାଧୀନତା ପାଇଥିଲା । ତେବେ ସେହି ଅନୁଯାୟୀ, ଆମେ ଅଗଷ୍ଟ ୧୫ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରୁଛୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା, ପଂଚାୟତ ସମିତି ମାଧ୍ୟମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡା, ଚମାର ମେହେର ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବାଳିକା ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭାରତୀୟ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ, ଡଃ ପ୍ରଭାତୀ ରଥ ମହିଳା ମହାବିଦ୍ୟାଳୟ, ଅରବିନ୍ଦ ଇଂରାଜୀ ସ୍କୁଲ, କ୍ରିଷ୍ଣା ଲିଅରନିଂଗ ସ୍କୁଲ, ସତନାମୀ ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଆମ୍ବେଦକର ନଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡା, ପଲ୍ଲୀଶ୍ରୀ ମାଧ୍ୟମିକ ବିଦ୍ୟାଳୟ ସିନ୍ଧେକେଲା, ପ୍ରସନ୍ନପାଳ ମାଧ୍ୟମିକ ବିଦ୍ୟାଳୟ ଭାଲୁମୁଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟ ଭାଲୁମୁଣ୍ଡା ପ୍ରମୁଖ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ଅମର ଯବାନ ଜ୍ୟୋତି, ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ, ଭାରତର ତ୍ରିରଙ୍ଗାର ସ୍ୱରୂପ ଯାତ୍ରା, ସହିଦ ଭଗତ ସିଂ, ରାଜଗୁରୁ, ଶୁକଦେବ ଫାଶୀ ଦେବା ସମୟରେ ଝାକି ପ୍ରଦର୍ଶନ କରାଯାଇଥିଲା । ସ୍ୱାଧୀନତା ଦିବସ ଉପଲକ୍ଷେ ମହାବିଦ୍ୟାଳୟ, ସ୍କୁଲସ୍ତରୀୟ ଗୀତ, ନାଚ, ତର୍କ ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ମାଟ୍ରିକରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୁତ କରାଯାଇଥିଲା । ବଙ୍ଗୋମୁଣ୍ଡା ଇନ୍ଦ୍ରଧନୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ବଙ୍ଗୋମୁଣ୍ଡା ସଦରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବଙ୍ଗୋମୁଣ୍ଡା ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତ କାର୍ଯ୍ୟାଳୟ, ଅମୃତ ସରୋବରଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କପିଲାଭଟା ସରପଂଚ ତୁଲସେ ଭୋଇ, ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ପରିଚାଳନା ସମିତିର ସଭାପତି ଦୁର୍ଦ୍ଦକ୍ଷ ହଂସ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନଶିକ୍ଷକ ଟଙ୍କଧର ବିଶ୍ୱାଲ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକ, ମା’ ସାହାଜୀ ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସଂଯୋଜକ ପୃଥିରାଜ ବାଗ, ଗ୍ରାମ ରୋଜଗାର ସେବକ ପ୍ରତାପଚନ୍ଦ୍ର ମିଶ୍ର, ସମିତି ସଭ୍ୟ କେଦାର ଭୋଇ ଓ ବହୁ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଠାରେ ମଧ୍ୟ ପାଳିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.