ସ୍ୱାଧୀନତା ଦିବସରେ ରୋଟାରୀ ଏଲିଟର ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ରକ୍ତଭଣ୍ଡାରଠାରେ ରୋଟାରୀ ଏଲିଟ ଦ୍ୱାରା ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବିବିଏମ୍‌ସିଏଚ୍‌ର ଅଧ୍ୟକ୍ଷା ଓ ଡିନ୍‌ ପ୍ରଫେସର ସବିତା ମହାପାତ୍ର ଉଦ୍‌ଘାଟନ କରିଥିଲେ । ଏହି ଶିବିରକୁ ସଫଳ କରିବାକୁ ଅନେକ ସ୍ବେଛାସେବୀ ସଂଗଠନ, ରୋଟାରୀ ସେଣ୍ଟ୍ରାଲର ସଦସ୍ୟ ତଥା ରୋଟାରୀ ଏଲିଟ୍‌ର ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଶିବିରରେ ୫୦ ଜଣ ରକ୍ତଦାତା ନିଜର ସ୍ବେଛାକୃତ ରକ୍ତଦାନ କରିଥିଲେ । ରୋଟାରୀ ଏଲିଟ୍‌ର ସଭାପତି ବିଶ୍ୱଜିତ ଦାସ ଓ ସମ୍ପାଦିକା ଦୀପିକା ପାଣିଗ୍ରାହୀ ସମସ୍ତ ରକ୍ତଦାତାମାନଙ୍କୁ ଓ ରକ୍ତଭଣ୍ଡାରର କର୍ମକର୍ତାମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଏହି ରକ୍ତଦାନ କାର୍ଯ୍ରକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

error: Content is protected !!