କୁରସୁଡ ଗ୍ରାମ ପଞ୍ଚାୟତରେ ସ୍ୱାଧୀନତା ଦିବସ ପାଳିତ

କୁରସୁଡ, (ମନୋଜ ଜୈନ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁରସୁଡ ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ଆଜି ମହାସମାରୋହରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ସଙ୍ଗୀତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମିତିସଭ୍ୟ ଜୟ ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ସରପଞ୍ଚ ଶ୍ରୀମତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀଙ୍କୁ ଦେଶଭକ୍ତ ହେବାକୁ ଆହ୍ୱାନ କରିଥିଲେ । ବିଦ୍ୟାଳୟର ପିନ୍ସପାଲ ଯଶୋବନ୍ତ ସାହୁ ଓ ପରିଚାଳନା କମିଟି ସଭ୍ୟ ନିମାଇଁ ଚରଣ ବେହେରା ଉପସ୍ଥିତ ଥିଲେ । ସେହିପରି ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କୁରସୁଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଉତ୍ତମ ପ୍ରଦର୍ଶନ କରି ସୁନାଗରିକ ହେବା ପାଇଁ ଚେଷ୍ଟା କରିବାକୁ କହିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ତ୍ରିନାଥ ନାଗ, ସ୍କୁଲ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ମନୋଜ କୁମାର ଜୈନ, ସମାଜସେବୀ ନିମାଇଁ ଚରଣ ବେହେରା ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.