ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୬ତମ ସ୍ଵାଧିନତା ଦିବସ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୬ତମ ସ୍ଵାଧିନତା ଦିବସ ସ୍ଥାନୀୟ ରମାଇଁ ହାଇସ୍କୁଲ ଖେଳ ପଡିଆଠାରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ କରାଯାଇଥିଲା । ସକାଳ ୭ ଘଣ୍ଟା ସମୟରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ପରେ ପରେ ସ୍ଥାନୀୟ ସହରର ବିଭିନ୍ନ ଛକ ଗୁଡିକରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ରମାଇଁ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶ ଓ ଜାତି ଉଦେଶ୍ୟରେ ଅଭିଭାଷଣ ରଖିଥିଲେ । ମହାମାରୀ କରୋନା ଭୁତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତ ବର୍ଷ ସାମୁହିକ ପ୍ୟାରେଡ଼ ହୋଇନାହିଁ । ଏହି ଉତ୍ସବରେ ସ୍ଥାନୀୟ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସହକାରୀ ଜିଲ୍ଲାପାଳ କ୍ଷିରୋନ୍ଦ୍ର ଚନ୍ଦ୍ର ସାହୁ ଥାନା ଭାରପ୍ରାପ୍ତ ଅଧିକାରୀ ଅନନ୍ତ ପ୍ରଧାନ, ବ୍ରଜକିଶୋର ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଲ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରୀ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଏନ୍‌ଏସିର ସମସ୍ତ କର୍ମଚାରୀ, ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ବିଭାଗ ସହ ଅନ୍ୟ ଅଧିକାରୀ କର୍ମଚାରୀ ରହିଥିବା ବେଳେ ଲୋକ ସୂଚନା ଅଧିକାରୀ ସଞ୍ଜିବ ମହାନ୍ତି ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.