ଭୁବନେଶ୍ୱରପୁରରେ ୭୫ ତମ ସ୍ୱାଧୀନତା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର ଗ୍ରାମରେ ଫ୍ରେଣ୍ଡସ କ୍ଲବ ଦ୍ଵାରା ୭୫ ତମ ସ୍ୱାଧିନତା ଦିବସ କୋଭିଡ ନିୟମ ଅନୁଯାୟୀ ପାଳିତ ହେଇଯାଇଛି । ଏଥିରେ ଗ୍ରାମର ଅବସର ପ୍ରାପ୍ତ ସରକାରୀ ଡାକ୍ତର ଡା. ରାଜୀବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହା ପରେ କ୍ଲବର ସଦସ୍ୟମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ବକ୍ତବ୍ୟରେ ଡା. ପଟ୍ଟନାୟକ କ୍ଲବର ସଦସ୍ୟମାନଙ୍କୁ ଏଭଳି ଏକ ବିଶ୍ୱବ୍ୟାପୀ ମହାମାରୀର ପ୍ରତିକୂଳ ପରିସ୍ଥିତିରେ ଏକ ଉନ୍ନତ ଏବଂ ସୁସ୍ଥ ପରିବେଶ ଗଠନ ଦିଗରେ ଅନୁପ୍ରାଣିତ କରିଥିଲେ । ଏହା ପରେ ପରିବେଶ ସୁରକ୍ଷା ନିମନ୍ତେ କ୍ଲବର ସଦସ୍ୟମାନଙ୍କ ଦ୍ଵାରା ଗ୍ରାମର ସରକାରୀ ଡାକ୍ତରଖାନା, ସରକାରୀ ବିଦ୍ୟାଳୟ ଏବଂ ଅନ୍ୟାନ ସ୍ଥାନରେ ଔଷଧୀୟ ବୃକ୍ଷମାନ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଦୁଷ୍ମନ୍ତ ସାହୁ, କ୍ଲବ ସଭାପତି ବିକାଶ ଚନ୍ଦ୍ର ସାହୁ, ଦେବାଶିଷ ସାହୁ, ପ୍ରମୋଦ ସାହୁ, କିଶୋର ବାରିକ, ପଙ୍କଜ ସାହୁ, ଆଲୋକ ସାହୁଙ୍କ ସମେତ ଅନ୍ୟ ସହକର୍ମୀ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.