ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହେଲେ ସ୍ୱାଧୀନ ମହାପାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ଫୁଲେରପାଲି ଗ୍ରାମର ଜଣାଶୁଣା ସମାଜସେବୀ ତଥା ବିଜେପି ଯୁବ ନେତା ସ୍ୱାଧୀନ ମହାପାତ୍ର ବରଗଡ଼ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ସ୍ୱାଧୀନ ମହାପାତ୍ର ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ପଦବୀ ମିଳିଥିବାରୁ ନିଜେ ଖୁସି ବ୍ୟକ୍ତ କରିବା ସହ ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର, ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡାଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ସ୍ୱାଧୀନ ମହାପାତ୍ର ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଭାବେ ମନୋନୀତ ହୋଇଥିବାରୁ ବିଜେପୁର ଅଞ୍ଚଳରେ ବେଶ ଖୁସି ଲହରୀ ଖେଳିଯାଇଛି । ବିଶେଷ କରି ଯୁବ ମାନଙ୍କୁ ବିଜେପି ଦଳରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାରେ ଅନୁପ୍ରାଣିତ କରିବାରେ ଚେଷ୍ଟିତ ରହିବା ସହ ସଂଗଠନକୁ ସଦୃଢ କରିବାରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସ୍ୱାଧୀନ ମହାପାତ୍ର ବିଜେପୁର ଅଞ୍ଚଳରେ ବିଭିନ୍ନ ଆନ୍ଦୋଳନ ସହିତ ଜଡ଼ିତ ଅଛନ୍ତି, ସେ ଅଗାମୀ ଦିନରେ ବିଜେପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡିର ଭ୍ରଷ୍ଟ ଶାସନ ବିରୁଦ୍ଧରେ ଆନ୍ଦୋଳନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.