ମାୟବର୍ହା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସ୍ୱଚ୍ଛତା ହିଁ ଦକ୍ଷତା ବାର୍ତାକୁ ଅନୁକରଣ କରି ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହା ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜୁନିୟର ରେଡକ୍ରସ ପରମର୍ଶଦାତା ରବି ଚନ୍ଦ୍ର ପଶାୟତଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ସେପ୍‌ ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦିନରେ ଓସେପାଙ୍କ ନିର୍ଦ୍ଦେଶ ମୁତାବକ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଚାଲିଥିଲା । ପ୍ରଥମ ଦିନରେ ପ୍ରଧାନଶିକ୍ଷକ ଶ୍ରୀପୂଜାରୀ ପରିଷ୍କାର ପରିଚ୍ଛନ୍ନତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇ ସ୍ୱଚ୍ଛତା ପ୍ରତି ଅଙ୍ଗିକାର ବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ସାଂପ୍ରତିକ କରୋନା ମହାମାରୀକୁ ହରାଇବା ପାଇଁ କୋଭିଡ-୧୯ର ସମସ୍ତ ନୀତି ନିୟମ ମାନିବା ପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନଙ୍କୁ ପ୍ରବର୍ତାଇଥିଲେ । ଅନଲାଇନ୍‌ ଭର୍ଚ୍ଚୁଆଲ ମୋଡରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କୁ ସ୍ୱଚ୍ଛତା ପକ୍ଷ ସଂପର୍କରେ ସଚେତନ କରାଯାଇଥିଲା । କରୋନା ଭୂତାଣୁରୁ ସୁରକ୍ଷା ପାଇବା ନିମନ୍ତେ ଟୀକାକରଣରେ ଗୋଷ୍ଠୀ ସମୁହର ଅଂଶ ଗ୍ରହଣକୁୁ ଗୁରୁତ୍ୱ ଦିଆଯାଇଥିଲା । ଶିକ୍ଷକ ଦିନବନ୍ଧୁ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ସେମିନାର “ଭାଇରାଲ ଡିଜିଜ ଏବଂ ଜଳ ବାହିତ ରୋଗ ସମୂହର କାରଣ ଓ ନିରାକରଣ”ରେ ଗେଷ୍ଟ ସ୍ପିକର ଭାବରେ ବିନିକା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଟେକ୍‌ନିସିଆନ୍‌ ଅଜିତ କୁମାର ହୋତା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଭାଇରାଲ ରୋଗର ପ୍ରତିକାର ବିଷୟରେ ଅବଗତ କରାଇଥିଲେ । ଜୁନିୟର ରେଡକ୍ରସ ସାଧନକର୍ମୀ ରବିଚନ୍ଦ୍ର ପଶାୟତ ଛାତ୍ରଛାତ୍ରୀ ମାନଙ୍କୁ ହାତ ଧୁଆର ଛଅଟି ସୋପାନ ବିଷୟରେ ତାଲିମ ଦେଇଥିଲେ । ପରେ ବିଦ୍ୟାଳୟର ଜୁନିଅର ରେଡକ୍ରସର ଜୁନିଅର ଏବଂ ସ୍କାଉଟମାନେ ଡେମୋନଷ୍ଟ୍ରେସନ ମାଧ୍ୟମରେ ହାତ ଧୁଆ ଅଭ୍ୟାସ କରିଥିଲେ । ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା-ପ୍ରବନ୍ଧ ଲିଖନ, ସଂଗୀତ, ଚିତ୍ରାଙ୍କନ, ସ୍ଲୋଗାନ ଲିଖନ ପ୍ରଭୃତିର କୃତି ପ୍ରତିଯୋଗୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ, କୁମୁଦ କୁମାର ପୂଜାରୀ, ସୁଶିଲ ସାହୁ, ପୂଜାରୀ, ସଂଜୀବ ପୂଜାରୀ, ମୀନକେତନ ଦାଶ, ବିଭିଷଣ ଖମାରୀ ପ୍ରମୁଖ ସହଯୋଗ କରିଥିଲେ । ସ୍କାଉଟ ମାଷ୍ଟର ଦିନବନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.