oom

ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଅଭିଯାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ପରିସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ରେ ଜଡ଼ିତ ସ୍ଵେଚ୍ଛାସେବୀ ଚୂଡ଼ାମଣି ସାହୁ ଏବଂ ଜଗଦୀଶ ସାହୁ ମଧ୍ୟ ସହଯୋଗ କରିଥିଲେ । ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମରେ ମହିଳା ସଫେଇ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ । ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ ଜିଲ୍ଲାର ଯୁବ ଅଧିକାରୀ ରୋସନ୍ ଟଣ୍ଡନଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମ ପାଳନ କରାଯାଉଥିବା ବେଳେ କେଲେଣ୍ଡର ଦିବସ ଅନୁଯାୟୀ ଅକ୍ଟୋବର ମାସ ପ୍ରତି ଦିନ ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଵେଚ୍ଛାସେବୀ ମାନଙ୍କ ଜରିଆରେ ପରିଚାଳନା କରାଯାଉଛି । ଏହି ସୁନ୍ଦର୍ ପ୍ରୟାସ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିଚାଳନା କରାଯିବା ନେଇ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.