oom

ସ୍ଵଚ୍ଛତା ଅଭିଯାନ ସପ୍ତାହ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସେକ୍ଟର ୮ ସ୍ଥିତ “ଆଶାର ଆଲୋକ” ଠାରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଉକ୍ତ ପରିସରରେ କ୍ଲିନ୍‌ ଆଣ୍ଡ ଗ୍ରୀନ୍‌ର ସଦସ୍ୟମାନଙ୍କ ଦ୍ୱାରା କିଛି ଔଷଧୀୟ ଓ ‘ଫଳ ଗଛ’ ଲଗା ଯାଇଥିଲା । ତଥା ଉକ୍ତ ପରିସର ମଧ୍ୟରେ ଥିବା ଅନାବନା ଘାସ ଗଛ ଇତ୍ୟାଦିମାନଙ୍କୁ ସଫା କରି ଏକ ସ୍ୱଛ ଓ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଆଜିର ବିଶେଷ କାର୍ଯ୍ୟକ୍ରମରେ ସୁଦୂର ଭୁବନେଶ୍ୱର ମହାନଗରରୁ ଯୁବ ଉଦ୍ୟୋଗପତି ହିମାଂଶୁ ଭୂଷଣ ବେହେରା ଅନୁଷ୍ଠାନର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ସୋସିଆଲ ମିଡିଆରୁ ଅବଗତ ହୋଇ ସଦସ୍ୟ ମନୋଜ ନାୟକଙ୍କ ଯୋଗାଯୋଗରେ ଅନୁଷ୍ଠାନ ପାଇଁ ଉପହାର ସ୍ୱରୂପ ଏକ ସ୍ୱୟଂ ଚାଳିତ ଘାସକଟା ଯନ୍ତ୍ର ହସ୍ତାନ୍ତର କରିଥିଲେ । ଯାହା କି ଆଜିର କାର୍ଯ୍ୟକ୍ରମ ପାଇଁ ସଠିକ ବିନିଯୋଗ କରାଯାଇଥିଲା । ଏକ ନିରାଡମ୍ବର ପୂଜାର୍ଚ୍ଚନା ପରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଓ ସାଂଗଠନିକ ସମ୍ପାଦକ ହିମାଂଶୁ ମହାପାତ୍ର, ସମସ୍ତ ସଦସ୍ୟମାନଙ୍କ ତରଫରୁ ଶ୍ରୀ ବେହେରାଙ୍କୁ ଧନ୍ୟବାଦ ଜଣାଇଥିଲେ । ପରେ ପରେ ଅନ୍ତେବାସୀଙ୍କ ମଧ୍ୟରେ ସଦସ୍ୟମାନେ କିଛି ସମୟ ବିତାଇବା ସହିତ ସେମାନଙ୍କ ମଧ୍ୟରେ ‘ଶୁଖିଲା ଖାଦ୍ୟ’ ପୁଡିଆ ବଣ୍ଟନ କରିଥିଲେ । ସଭାପତି ଡା. ଦେବେନ୍ଦ୍ର ସେଠୀ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.