oom

ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

jsmm

କଳାହାଣ୍ଡି, (ପି.କେ. ସାହୁ) : ନେହେରୁ ଯୁବ କେନ୍ଦ୍ର ଓ ଏସ୍‌ଭିୱାଇଏସ୍‌ର ମିଳିତ ସହାୟତାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଯାଇଛି । ଏହି ଅବସରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ହସ୍ପିଟାଲ ପରିସରରେ ଥିବା ସ୍ଥାନ ମାନଙ୍କର ଅଳିଆ ଆବର୍ଜନାଗୁଡିକ ପରିଷ୍କାର କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ର ତରଫରୁ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ଗୋଲାମୁଣ୍ଡା ଏଇଇ ଯୋଗ ଦେଇଥିଲେ । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନୂତନ ଏଚଏମ ରାଜେଶ୍ରୀ ତାଣ୍ଡି ଓଏସ୍‌ଭିୱାଇଏସ୍‌ର ସଭାପତି ରାଜେଶ ଅଗ୍ରୱାଲ ଓ ଗୋଲାମୁଣ୍ଡା ବ୍ଲକର ଦୁଇ ଏନୱାଇଭି ଛବି ଲାଲ ତାଣ୍ଡି ଏବଂ ରଶ୍ମିତା ମାଝୀ ନେତୃତ୍ୱରେ ହୋଇଥିବା ସଫେଇ କାର୍ଯ୍ୟକ୍ରମରେ ଏସ୍‌ଏକେର ସଭାପତି ସମୀର ସାହୁ, ହେମନ୍ତ, ଅକ୍ଷ, ହିତେଶ, ଭୂପେନ, କ୍ଷୀର ମୋହନ, ସାନାତନ, ଚୂଡ଼ ସମେତ କେଜିବିଭିର ଛାତ୍ରୀ ସମସ୍ତେ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.