ମଦନପୁର ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦ୍ୱିତୀୟ ବନଛୋରଙ୍କ ତତ୍ୱାବଧାନରେ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ଓ ମଦନପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡାକ୍ଟର ଲୋକନାଥ ସାହୁଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମଟି କରାଯାଇ କାର୍ଯ୍ୟକ୍ରମରେ ମଦନପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଆୟୁଷ ଡାକ୍ତର ଇତିଶ୍ରୀ ଦାସ, ଫାର୍ମାସିଷ୍ଟ ସନ୍ତୋଷ ମିଶ୍ର, ହେଲର୍ଥ ୱାର୍‌କର୍‌ ରଂଯୁକ୍ତା ମିଶ୍ର, ଚନ୍ଦ୍ରକାନ୍ତ ଭୋଇ, ରାଜୁ ତାଣ୍ଡି, ମିଳୁ ସୁନା ଓ କର୍ଲାମୁଣ୍ଡା ବ୍ଲକର କଳାରୁଦ୍ର ଯୁବକ ସଂଘ ପୂର୍ବତନ ସଭାପତି ତଥା ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ପରିବେଶ ସମ୍ପାଦକ ଲଳିତ ସାହୁ, ଅରବିନ୍ଦ ସାହୁ, ନୀଳକଣ୍ଠେଶ୍ଵର ସାହୁ, ହରପ୍ରସାଦ ସାହୁ, ହେମନ୍ତ ସାହୁ, ଉପସ୍ଥିତ ରହି ସ୍ଵଚ୍ଛତା କାମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.