oom

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଆସନ୍ତା ୧୪ରେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସୁସ୍ଥ ଦୌଡ଼ ଆସନ୍ତା ୧୪ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲା ଯୁବ ଅଧିକାରୀ ନରସିଂହା କୁମାର ଏବଂ ସଂଯୋଜକ ଡ. ଶ୍ରୀକର ମିଶ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମ୍ମିଳନୀରେ କୁହାଯାଇଛି ଯେ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ବର୍ଷବ୍ୟାପୀ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ୧୪ ତାରିଖ ଦିନ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ସୁସ୍ଥ ଦୌଡ଼ ସକାଳ ୮ ଘଣ୍ଟାରୁ ଆରମ୍ଭ ହେବ । କୋଭିଡ଼ କଟକଣା ଯୋଗୁଁ ସୀମିତ ସଂଖ୍ୟକ ଯୁବକ ଯୁବତୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏହି କାର୍ଯ୍ୟକ୍ରମ ଦ୍ୱାରା ସାରା ଭାରତରେ ସୁସ୍ଥତା ପାଇଁ ଏକ ଆନ୍ଦୋଳନ ସୃଷ୍ଟି ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି । ସୂଚନା ଯୋଗ୍ୟ ଯେ, ସାରା ଜିଲ୍ଲାର ୭୫ଟି ଗ୍ରାମରେ ଏହି ସୁସ୍ଥ ଦୌଡ଼ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ । ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ସହରର ସମସ୍ତ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.