ଆରପାରିରେ ସାମ୍ବାଦିକ ସୁଶିଲ ପଣ୍ଡା

ବଲାଙ୍ଗିର, (କେପିଏନଏସ୍) : ସ୍ଥାନୀୟ ରୁଗୁଡିପଡା ନିବାସୀ ସାମ୍ବାଦିକ ସୁଶିଲ କୁମାର ପଣ୍ଡା ବାପା ମାଆଙ୍କ ଚିକିତ୍ସା କରାଇବାକୁ ଚେନ୍ନାଇ ଯାଇ ନିଜେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ଚାଲିଗଲେ ଆରପାରିକୁ । ସୂଚନା ଅନୁସାରେ ଗତ ୨୩ ଦିନ ତଳେ ବାପା ମାଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିଲେ ସୁଶିଲ କୁମାର ପଣ୍ଡା । ବାପା ମାଆ ଭଲ ହେବା ପରେ ବାପାମାଆଙ୍କ ଖାଇବା ପାଇଁ ହୋଟେଲକୁ ଦୋଷା ଆଣିବାକୁ ଯାଇ ଫେରୁଥିବା ବାଟରେ ଏକ ବାଇକ୍ ସହିତ ଧକ୍କା ହୋଇ ତିନିଦିନ ଧରି ଜୀବନ ସହିତ ସଂଗ୍ରାମ କରିବା ପରେ ଆଜି ତାଙ୍କର ପ୍ରାଣବାୟୁ ଚାଲିଯାଇଛି। ତାଙ୍କ ମର ଶରୀର ପାଖରେ ତାଙ୍କ ବୃଦ୍ଧା ବାପାମାଆ, ସ୍ତ୍ରୀ, ପୁଅ, ଭଣଜା ସହିତ ଭାଇ ଉପସ୍ଥିତ ଅଛନ୍ତି । ତାଙ୍କ ମରଶରୀର ବଲାଙ୍ଗିର ଅଭିମୁଖେ ଅଣାଯାଉଥିବା ସୂଚନା ମିଳିଛି। ସାମ୍ବାଦିକ ସୁଶିଲ କୁମାର ପଣ୍ଡାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି।

jittmm
Leave A Reply

Your email address will not be published.