ଗୁଞ୍ଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନିରାପତ୍ତା ଓ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନିରାପତ୍ତା ଓ ସୁରକ୍ଷା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ପରିଚାଳନା କମିଟି ସଭାପତି କୁନୁ ସାହୁ, ସମ୍ମାନୀତ ଅତିଥି ସିରୋଲ କ୍ଲଷ୍ଟର ସିଆରସିସି ସୁଧୀର କୁମାର ନାଗ, ପର୍ଯ୍ୟବେକ୍ଷକ ଭାବରେ ହାଇସ୍କୁଲ ସହକାରୀ ଶିକ୍ଷକ ବିନୋଦ ବାରିକ ଯୋଗଦେଇଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ନିରାପତ୍ତା ଓ ସୁରକ୍ଷା କିପରି କରାଯାଇପାରିବ ବିସ୍ତୃତ ଭାବରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ । ବର୍ଷା ଋତୁରେ ବଜ୍ରପାତ ଓ ବିଷଧର ସାପଙ୍କ ପ୍ରାଦୁର୍ଭାବ ରହିଥାଏ । ପ୍ରାକୃତିକ ବିପର୍ଯ୍ୟୟରୁ କିପରି ରକ୍ଷା ପାଇପାରିବା ବଜ୍ରପାତ, ନିଆଁ , ବିଷଧର ସାପ, ପାଣିରେ ବୁଡିଯିବା ଆଦି ବିଷୟରେ ମତବ୍ୟକ୍ତ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଥମେ ବିଦ୍ୟାଳୟ ଖୋଲିବେ ଶ୍ରେଣୀ କୋଠରୀକୁ ପ୍ରବେଶ କଲାପରେ ଛାତ୍ରଛାତ୍ରୀମାନଙ୍କୁ ଭିତରକୁ ପ୍ରବେଶ କରାଇବେ । ବିଦ୍ୟାଳୟ ପରିସରରେ ପାଣିଟାଙ୍କି, ଲେଟ୍ରିନ ଟାଙ୍କି, ପରିବେଶକୁ ସଫା ରଖିବେ । ବିଦ୍ୟାଳୟ ବନ୍ଦ କରିବା ପୂର୍ବରୁ ସମସ୍ତ କୋଠରୀ ଭଲଭାବରେ ଯାଞ୍ଚ କରି ଶ୍ରେଣୀ ଗୃହ ବନ୍ଦ କରିବେ । ବର୍ଷା ଦିନରେ ତଳରେ ଶୋଇବେ ନାହିଁ । ବଜ୍ରପାତରେ ଗଛ ତଳରେ ଆଶ୍ରୟ ନେବେ ନାହିଁ । ଏହିପରି ଅନେକ ସଚେତନତା ବାର୍ତ୍ତା ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସଫଳା ମିଶ୍ର, ଜୟମାଳିନୀ ପଟ୍ଟନାୟକ, ସରୋଜିନୀ ମିଶ୍ର, ପ୍ରିୟଦର୍ଶିନୀ ସ୍ୱାଇଁ, ନୀଳମଣି ଦୀପ ବିଦ୍ୟାଳୟ ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ସହକାରୀ ଶିକ୍ଷକ ଗୌରଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.