oum

ପବିତ୍ର ଶାମ୍ବ ଦଶମୀ ଅବସରରେ ଚନ୍ଦ୍ରଭାଗା ଅଭିମୁଖେ ସୂର୍ଯ୍ୟ ରଥ

jsm

କୋଣାର୍କ : ରବିବାର ପବିତ୍ର ଶାମ୍ବ ଦଶମୀ ଅବସରରେ କୋଣାର୍କ ଅବଧୂତ ମଠ ପରିସର ଉତ୍ସବ ମୁଖର ହୋଇ ଉଠିଥିଲା ସୂର୍ଯ୍ୟଙ୍କ ଉପାସନା କ୍ଷେତ୍ର ଅର୍କକ୍ଷେତ୍ର କୋଣାର୍କ । ଏହି ତିଥିରେ ରଥରେ ମିତ୍ରାଦିତ୍ୟଙ୍କୁ ଦର୍ଶନ କଲେ ରୋଗ, ଶୋକରୁ ମୁକ୍ତି ମିଳିଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟ ନାରାୟଣ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରକୁ ୨୭ଦିନ ଯାତ୍ରାରେ ବାହାରିଛନ୍ତି । ପୂଜାର୍ଚ୍ଚନା ପରେ ମଠରୁ ସୂର୍ଯ୍ୟଦେବଙ୍କୁ ରଥାରୂଢ଼ କରାଯାଇଥିଲା । ପୂର୍ବାହ୍ନ ୧୧ଟାରେ ରଥଟଣା ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁମାନେ ରଥକୁ ଚନ୍ଦ୍ରଭାଗା ଅଭିମୁଖେ ଟାଣି ନେଇଥିଲେ । ଏହି ଅବସରରେ ଓଡ଼ିଶା ସୈରବ୍ରାହ୍ମଣ ପରିଷଦ ପକ୍ଷରୁ ୩ଦିନିଆ ସୌରଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଅର୍କକ୍ଷେତ୍ର ଗାୟତ୍ରୀ ପରିବାର, ସୌର ବ୍ରାହ୍ମଣ ପରିଷଦର କର୍ମକର୍ତ୍ତା ପରିଚାଳନା କରିଥିଲେ । ପବିତ୍ର ମାଘ ସପ୍ତମୀରେ ସୂର୍ଯ୍ୟ ନାରାୟଣ ରଥରେ ଅବଧୂତ ମଠକୁ ବାହୁଡ଼ି ଆସିବେ ।

Leave A Reply

Your email address will not be published.