oom

ମୌସୁମି ଅଧିବେଶନରେ ନୃସିଂହନାଥ ମନ୍ଦିରର ପଥା ଉଠାଇଲେ ସାଂସଦ ସୁରେଶ ପୂଜାରୀ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଗତକାଲି ମୌସୁମି ଅଧିବେଶନର ପ୍ରଥମ ଦିବସରେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ବରଗଡ ଜିଲ୍ଲାର ନୃସିଂହନାଥ ମନ୍ଦିର, ଗନିଆଁପାଲିର ବୌଦ୍ଧ ବିହାର, ସ୍ୱାଧୀନତା ସଂଗ୍ରାମର ମୂକସାଖି ବାରପାହାଡ ଜଙ୍ଗଲ, ଶହୀଦ ମାଧୋ ସିଂଙ୍କ ନିବାସସ୍ଥଳି ଘେଁସ ଏବଂ ଝାରସୁଗୁଡ଼ା ଜିଲ୍ଲାର ଦର୍ଶନୀୟ ସ୍ଥାନ କୋଇଲିଗୋହର , ଗୁଜାପାହାଡ, ବିକ୍ରମଖୋଲ ଓ ହୀରାକୁଦ ଜଳଭଣ୍ଡାରର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଏବଂ ପରବର୍ତ୍ତି ରକ୍ଷଣାବେକ୍ଷଣ କରିବା ପାଇଁ ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ(ତାରକା ପ୍ରଶ୍ନ -୭) ଉପସ୍ଥାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ, ବିଷୟ ବସ୍ତୁ ଆଧାରିତ ପର୍ଯ୍ୟଟନସ୍ଥଳିର ସମନ୍ଵିତ ବିକାଶ, ଜାତୀୟ ତୀର୍ଥକ୍ଷେତ୍ର କାୟାକଳ୍ପ ପରିବର୍ତ୍ତନ ତଥା ଆଧ୍ୟାତ୍ମିକ ଐତିହ ବୃଦ୍ଧି ଯୋଜନାରେ କେନ୍ଦ୍ର ତରଫରୁ ରାଜ୍ୟ ସରକାରଙ୍କ ସହିତ ବିଚାର ବିମର୍ଶ କରି ଅର୍ଥ ଯୋଗାଇ ଦେଇଥାନ୍ତି । ରାଜ୍ୟ ସରକାରଙ୍କ ତରଫରୁ ସମ୍ମିଳିତ ବିସ୍ତୃତ ପରିଯୋଜନା ପ୍ରକଳ୍ପ ପ୍ରଦାନ କରାଗଲେ ଏହାର ବିକାଶ ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି ଉତ୍ତର ଦେଇଥିଲେ ।

jittmm
Leave A Reply

Your email address will not be published.