oom

ସୁର ତରଙ୍ଗର ମାସିକ ଓଡ଼ିଆ ସ୍ପେସିଆଲ ସଂଗୀତ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ମାର୍ଚ୍ଚ ୨୩ ତାରିଖରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ସ୍ପେସିଆଲ ସଂଗୀତ ପରିବେଷଣ ହୋଇଥିଲା । ସୁର ତରଙ୍ଗର ସଂଯୋଜକ ଡକ୍ଟର ସତ୍ୟନାରାୟଣ ମିଶ୍ର ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରାବଣୀ ମହାନ୍ତି ଓ ନିବେଦିତା ସ୍ୱାଇଁଙ୍କ କଣ୍ଠରୁ ମାଆଙ୍କ ବନ୍ଦନା ‘ସିଂହ ବାହିନୀ’ ଭଜନ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ଓଡ଼ିଆ ସିନେମା ଜଗତର ପ୍ରତିଷ୍ଠିତ ସିନେ ତାରକା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ପରେ ନିବେଦିତା ସ୍ୱାଇଁଙ୍କ ଜଗନ୍ନାଥ ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବହୁ ଚିରସବୁଜ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର ପରିବେଷଣ ଶ୍ରୋତାଙ୍କ ମନକୁ ବେଶ ଛୁଇଁଥିଲା ଏବଂ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧିରଖିଥିଲା । କାର୍ଯ୍ୟକ୍ରମରେ ନିବେଦିତା ସ୍ୱାଇଁ, ଉତ୍ତମ ଖଟୁଆ, ବସନ୍ତ ସ୍ୱାଇଁ, ଜଗନ୍ନାଥ ସାହୁ, ଦିଲ୍ଲୀପ ପରିଡା, ମୀନାକ୍ଷୀ ମହାରଣା, ଡକ୍ଟର ସତ୍ୟନାରାୟଣ ମିଶ୍ର, ମନୋଜ ମହାନ୍ତ, ଶ୍ରାବଣୀ ମହାନ୍ତି, ଧୀରେନ୍ଦ୍ର ମିଶ୍ର, ଶାଶ୍ୱତୀ ମିଶ୍ର, ଲିନା ସେନାପତି, ସୁଧୀର ଅଧିକାରୀ, ଇତି ପଟ୍ଟନାୟକ ଅନେକ ଶୃତିମଧୁର ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁର ତରଙ୍ଗ ଅନୁଷ୍ଠାନର ପ୍ରତିଷ୍ଠାତା ଦିଲ୍ଲୀପ ପରିଡା ନୂତନ ସଦସ୍ୟ ସୁଧୀର ଅଧିକାରୀ ଓ ଇତି ପଟ୍ଟନାୟକକୁ ସ୍ୱାଗତ ଜଣାଇଥିଲେ । ରାଉରକେଲାର ଲୋକପ୍ରିୟ ଉଦ୍‌ଘୋଷକ ଅନିଲ ମଲ୍ଲିକ ତାଙ୍କର ଚିରାଚରିତ ସୁମଧୁର ମଞ୍ଚ ସଞ୍ଚାଳନ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରି ଗଢିଥିଲେ । ଡକ୍ଟର ସତ୍ୟନାରାୟଣ ମିଶ୍ର ମଞ୍ଚ ସଞ୍ଚାଳନାରେ ସହଯୋଗ କରିଥଲେ । ଅନୁଷ୍ଠାନର ସଂସ୍ଥାପକ ଦିଲ୍ଲୀପ ପରିଡା ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ ଜଣାଇବା ସହିତ ଅନୁଷ୍ଠାନର ଲକ୍ଷ୍ୟ ଓ ଧ୍ୟେୟ ବିଷୟରେ ସୂଚନା ଦେଇଥିଲେ । ଅନୁଷ୍ଠାନର ମିଡ଼ିଆ ସହଯୋଗୀ ମନୋଜ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠାନର ବାର୍ଷିକ ଭୋଜିର ବିଜେତା ଉତ୍ତମ ଖଟୁଆ, ନିବେଦିତା ସ୍ୱାଇଁ, ଧର୍ମେନ୍ଦ୍ର ଦାଶ ଓ ରୁସ୍ମିତା ଚୌଧୁରୀଙ୍କୁ ଧରେନ୍ଦ୍ର ମିଶ୍ର, ସୁଧୀର ଅଧିକାରୀ ଓ ଇତି ପଟ୍ଟନାୟକ ପୁରସ୍କୃତ କରିଥଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.