ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ଅସହାୟ ଶିଶୁ ଚିହ୍ନଟ ଓ ସୁରକ୍ଷା ଉପରେ କର୍ମଶାଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ବ୍ଲକସ୍ତରୀୟ ଅସହାୟ ଶିଶୁ ଚିହ୍ନଟ ଓ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ସିଡିପିଓ ମାଧୁରୀ ହୋତାଙ୍କ ସଭାପତିତ୍ୱରେ ସରୋଜ କୁମାର ବାରିକ, ଅରୁଣ କୁମାର ଖୁଆସ, ଭାନୁସୂତା ମହାକୁଡ଼, ଆଲିଶା ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ ପ୍ରଧାନ, ଜିପିଓ ପୁରୁଷୋତ୍ତମ ମାଝୀ, ବିଇଓ ବୈକୁଣ୍ଠ ନାଥ ଶବରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଅସହାୟ ଶିଶୁ ଚିହ୍ନଟ ଓ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ସିଆରପି ନିର୍ବାଚିତ ଜନ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.