ନୃସିଂହନାଥ ହାଇସ୍କୁଲରେ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ହାଇ ସ୍କୁଲରେ ବୁଧବାର ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ବୁଧବାର ସକାଳ ୮ଟାରେ ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ବନ୍ୟଜନ୍ତୁଙ୍କୁ ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଜର୍ଜଗଡ଼ ଗ୍ରାମକୁ ଏକ ରେଲିରେ ଯାଇ ସଚେତନ କରିଥିଲେ ଗ୍ରାମବାସୀଙ୍କୁ । ଏନେଇ ହାଇସ୍କୁଲ ମିଟିଙ୍ଗ ହଲରେ ଏକ ସଭା ପ୍ରକୃତି ବଂଶୁ ନନ୍ଦଲାଲ ନାୟକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବନ ବିଭାଗ ରେଞ୍ଜର ହୃଦାନନ୍ଦ ମିଶ୍ର, ସମ୍ମାନିତ ଅତିଥି ଭାବେ ନବୋଦୟ ବିଦ୍ୟାଳୟର ମଧୁରିମା ମେଡମ, ସ୍କୁଲ ପରିଚାଳନା କମିଟି ଚେୟାରମ୍ୟାନ ଅଶ୍ୱିନୀ ସାହୁ, ଓ ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ବଡ ଶତପଥି ଯୋଗଦେଇ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହର ଉଦ୍ଦେଶ୍ୟ ଓ ବନ୍ୟଜନ୍ତୁଙ୍କ ଉପସ୍ଥିତି ଦ୍ୱାରା ମଣିଷ କି କି ଉପକାର ପାଉଛି ସେ ନେଇ ଅତିଥିମାନେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଜଙ୍ଗଲର ଜୀବଜନ୍ତୁଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ଅତିଥି ମାନେ ବଣ୍ଟନ କରିଥିଲେ । ସଭା ପରିଚାଳନା ବିଜୟ ଶଙ୍କର ଦେହୁରୀ କରିଥିବା ବେଳେ ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ପ୍ରଥମେ ସଭାର ଉଦ୍ଦେଶ ଜ୍ଞାପନ କରିଥିଲେ, ଓ ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା ଉପରେ ବକ୍ତବ୍ୟ ରଖି ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ । ନୃସିଂହନାଥ ମନ୍ଦିର, ଆୟୁର୍ବେଦିକ କଲେଜ, ନୃସିଂହନାଥ ହାଇ ସ୍କୁଲ,ଜର୍ଜଗଡ଼ ତହସିଲ ଛକରେ ମାଙ୍କଡ଼ମାନେ ବହୁତ ଉପଦ୍ରବ କରୁଥିବା ତଥା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ କାମୁଡୁ ଥିବାରୁ, ଏହାର କିପରି ପ୍ରତିକାର ଜରାଯିବ ସେନେଇ ଅତିଥିମାନେ ରେଞ୍ଜରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଛାତ୍ରୀମାନେ ଉଦଯାପନୀ ସଂଗୀତ ଗାନ କରିଥିଲେ

Leave A Reply

Your email address will not be published.

error: Content is protected !!