oum

ଭୀମଡୁଙ୍ଗୁରିଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ସାମାଜିକ ସୁରକ୍ଷା ଶିବିରରେ ଯୋଗଦେଲେ ନରସିଂହ

jsm
  • ଭିନ୍ନକ୍ଷମ ସହାୟତା ଓ ସାମାଜିକ ସୁରକ୍ଷା ଯୋଜନା ସମ୍ବିଧାନ ପ୍ରଦତ୍ତ ଅଧିକାର : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପଂଚାୟତର ଭୀମଡୁଙ୍ଗିିରିଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ମୂଳ ଲକ୍ଷ୍ୟ ହେଲା ସାମାଜିକ ସୁରକ୍ଷା ଯୋଜନା ତଥା ଭିନ୍ନକ୍ଷମଙ୍କ ଚିହ୍ନଟିକରଣ ଏବଂ ସେମାନେ କିପରି ଏ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଯୋଜନା ଦ୍ୱାରା ପ୍ରଦତ୍ତ ଲାଭ ପାଇପାରିବେ ସେ ଉପରେ ସଚେତନତା ସୃଷ୍ଟି କରିବା । ଏ ଉପଲକ୍ଷେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ଉପସ୍ଥିତ ଥିବା ସାଧାରଣ ଲୋକଙ୍କୁ ଶ୍ରୀ ମିଶ୍ର କହିଥିଲେ ଏହି ଭିନ୍ନକ୍ଷମ ସାମର୍ଥ୍ୟ ଯୋଜନା ହେଉ କି ସାମାଜିକ ସୁରକ୍ଷା ଯୋଜନା ହେଉ ଏହା ଏକ ଅନୁକମ୍ପାମୂଳକ ଯୋଜନା ବୋଲି ପ୍ରଚାର କରିବା କିମ୍ବା ଭାବିବା ସମ୍ପୁର୍ଣ୍ଣ ଭୁଲ । ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପାଉଛନ୍ତି । ଏମାନଙ୍କୁ ସମାଜରେ ସାଧାରଣ ଲୋକଙ୍କ ସହ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମ୍ବିଧାନ ଏହି ଅଧିକାର ଏମାନଙ୍କୁ ଦେଇଛି । ସରକାରୀ ବିଭାଗ କେବଳ ଏମାନଙ୍କୁ ଚିହ୍ନଟ କରି ଠିକ୍‌ ଲୋକଙ୍କ ପାଖକୁ ଏହି ଯୋଜନା ପହଞ୍ଚାଇବା କଥା ବୋଲି ଶ୍ରୀ ମିଶ୍ର ନିଜ ଉଦ୍‌ବୋଧନରେ କହିଥିଲେ । ଶିବିରରେ ଭିନ୍ନକ୍ଷମ ଚିହ୍ନଟିକରଣ, ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀ ଚୟନ କରାଯାଇ ହିତାଧିକାରୀମାନଙ୍କୁ ଭତ୍ତା କାର୍ଡ ଏବଂ ଭିନ୍ନକ୍ଷମ ସହାୟତା ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଚେତନତା ସଭାରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ ସାହୁ, ସିଡିପିଓ, ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣା, ସ୍ଥାନୀୟ ସରପଞ୍ଚ, ବାଳକ ପ୍ରଧାନ, ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.