oom

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ତାଲିମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ପାଇଁ ଥିବା ଯୋଜନା ଉପରେ ମତବ୍ୟକ୍ତ କରିଥିଲେ । ଅତିଥି ଭାବେ ତୁରେକେଲା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ କୌସିକ ମେହେର ଶିଶୁ ସୁରକ୍ଷା ଉପରେ ଜଣାଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ରତ୍ନମଣି ବରାଲ ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କିତ ସୁରକ୍ଷା ଓ ଯତ୍ନ ଉପରେ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ ବେଟି ବଚାଓ, ବେଟି ପଢାଓ, ଝିଅ ବଞ୍ଚ।ନ୍ତୁ ଝିଅ ପଢନ୍ତୁ ଏହି ଅବସରରେ ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଚୁଡ଼ାମଣି ପଣ୍ଡା କନ୍ୟା ସନ୍ତାନର ମୂଲ୍ୟବୋଧ ବୃଦ୍ଧି ଏବଂ ଶିକ୍ଷା ସଶକ୍ତିକରଣ କରାଇବା, ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ବୁଝାଇଥିଲେ । ଏହି ଅବସରରେ ପୂର୍ବତନ ଶିଶୁ ମଙ୍ଗଳ କମିଟିର ସଭ୍ୟ ବିରଞ୍ଚି ବହିଦାର କିଶୋର ନ୍ୟାୟ ଆଇନ, ପୁତ୍ର ସନ୍ତାନ ପ୍ରାଧ।ନ୍ୟ ଓ ଲିଙ୍ଗ ନିରୂପଣ ନିମିତ୍ତ ଥିବା ବିଧି, ପୋସ୍କୋ ଆଇନ୍ ଉପରେ ଜଣାଇଥିଲେ । ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ମଞ୍ଚ ପରିଚାଳନା କରି କହିଲେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ଅନୁଯାୟୀ ଗ୍ରାମ ପଞ୍ଚାୟତର ଗ୍ରାମସଭାରେ ଓ ବାର୍ଷିକ ଖସଡ଼ା ଯୋଜନାରେ ଜିପିଡିପିରେ ଶିଶୁ ସୁରକ୍ଷା ଓ ଯତ୍ନ ପାଇ ୫% ବଜେଟ ସ୍ଥାନିତ କରିବାକୁ ଜଣାଇଥିଲେ । ପରିଶେଷରେ ମିଶନ ଶକ୍ତିର ନୀଳମାଧବ ସାହୁ ଧନ୍ୟବାଦ୍ ଅର୍ପଣ କରି ସଭା ଶେଷ କରି ଧନ୍ୟବାଦ୍ ଅର୍ପଣ ଥିଲେ ।

jittmm
Leave A Reply

Your email address will not be published.