oom

ପୁଇଁତଲା ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟି

jsmm
  • ପୃଷ୍ଠପୋଷକତା, ଆଶୀର୍ବାଦ, ଗ୍ରୀନ୍ ପେସେଜ, ବିଜୁ କନ୍ୟା ରତ୍ନ ଓ ସୁଦକ୍ଷା ଯୋଜନା ପାଇଁ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ ପ୍ରାଙ୍ଗଣରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ହୋତା ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସିଆର୍‌ଏସ୍‌ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଶିଶୁ ସୁରକ୍ଷା ସମ୍ପର୍କିତ ଆଶୀର୍ବାଦ, ଗ୍ରିନ୍ ପେସେଜ ସାର୍ଟିଫିକେଟ, ପୃଷ୍ଠପୋଷକତା ସହାୟତା ରାଶି ଉପରେ ଯୋଜନାର ସଫଳ ରୂପାୟନ କରିବା ପାଇଁ ସଚେତନ କରିଥଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକାରେ ଥିବା ଜିପିଡିପିର ବାର୍ଷିକ ଯୋଜନାରେ ୫% ଅନୁଦାନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି ଜଣାଇବା ସହିତ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ କିଶୋର ନ୍ୟାୟ ଆଇନ୍, ବିଜୁ ଶିଶୁ ସୁରକ୍ଷା ଯୋଜନା, ଶିଶୁ ଗୃହ ଅନୁଷ୍ଠାନ, ପୋଷ୍ୟ ସନ୍ତାନ ଗ୍ରହଣ, ବେଟି ବଚାଓ ବେଟି ପଢ।ଓ ଯୋଜନା ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ୍ ପରିବେକ୍ଷକ ଦିଗମ୍ବର କର, ଶିଶୁମଙ୍ଗଳ ସମିତିର ସୀତାରାମ ହୋତା, ଲିନା ବାବୁ ବିଭିନ୍ନ ଯୋଜନା ଯଥା ବିଜୁ କନ୍ୟା ରତ୍ନ, ବାଲ୍ୟ ବିବାହ ଉପରେ ଜଣାଇଥିଲେ । ଗଣେଶ ସୁନା ସକ୍ରିୟ ଅଂଶଗ୍ରହଣ କରିଥିଲେ । ବୈଠକରେ ଅଙ୍ଗନୱାଡ଼ିଙ୍କ ସମେତ ବିଭିନ୍ନ ଯୋଜନାରେ ସାମିଲ ଥିବା ହିତାଧିକାରୀମାନେ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣ ଖୁଆସ ଶିଶୁ ସୁରକ୍ଷା ସଂପର୍କିତ ବିଭିନ୍ନ ଦିଗ ଉପରେ ସମସ୍ତଙ୍କୁ ଜଣାଇଥିଲେ ଓ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.