ବିନିକା, (କେପିଏନ୍ଏସ୍) : ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ, ବଡ଼ଚଣା, ଯାଜପୁରର ତୃତୀୟ ବାର୍ଷିକ ସାରସ୍ଵତ ସମାରୋହ ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ସହର ବିନିକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ ସାହିତ୍ୟ ସମାରୋହରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଅନେକ କବି ଓ କବୟିତ୍ରୀ ଯୋଗଦେଇଥିଲେ । ପ୍ରଥମେ ରାଜାଧିରାଜ ବିକ୍ରମାଦିତ୍ୟଙ୍କ ଦରବାରର ଆୟୋଜନ କରି ରାଜାଙ୍କ ଅନୁମତି କ୍ରମେ କବିତା ପାଠୋତ୍ସବ ହୋଇଥିଲା । ପରେ ସଭାକାର୍ଯ୍ୟ ଓ ସମ୍ବର୍ଦ୍ଧନା ପର୍ବରେ ପ୍ରାଧ୍ୟାପକ ଡଃ. ରଂଜନ କୁମାର ପାଣିଗ୍ରାହୀଙ୍କୁ “ସାହିତ୍ୟ ସୁରଭି ସମ୍ମାନ ୨୦୨୪” ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିବାରୁ ଶ୍ରୀଯୁକ୍ତ ପାଣିଗ୍ରାହୀ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।