ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ “ସୁରଭି” କାର୍ଯ୍ୟକ୍ରମରେ ନୃତ୍ୟ ଗୀତରେ କମ୍ପିଲା ବିଦ୍ୟାଳୟ ପରିସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଗଡମୋଟରୀ ସ୍ଥିତ ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଆଖପାଖ ୧୦ଟି ବିଦ୍ୟାଳୟର ୧୧୦ଜଣ ପିଲାମାନଙ୍କୁ ନେଇ”ସୁରଭି”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍, ବକ୍ତୃତା, ବିତର୍କ, ପ୍ରବନ୍ଧ, ଗୀତ, ନୃତ୍ୟ, ସୁନ୍ଦର ହସ୍ତାକ୍ଷର, ସୃଜନଶୀଳ ଲିଖନ, ମିଲେଟସ୍, ଏମଡିଏମ୍ ଚିତ୍ରକଳା ଆଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସିଆରସିସି ବସନ୍ତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧନରେ ସମସ୍ତ କାର୍ଯ୍ୟକ୍ରମ ଯଥାରୀତି ସମ୍ପାଦିତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ “ସୁରଭି” ସଭାରେ ମୁଖ୍ୟଅତିଥି ଓ ବକ୍ତା ଭାବେ ଶିକ୍ଷାବିତ୍ ନାରାୟଣ ପାତ୍ର, ଉମେଶ ମହାନ୍ତି, ଦୀନବନ୍ଧୁ ମୁଦୁଲି, ହେମନ୍ତ ବେହେରା, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭା ଗୁଡ଼ିକର ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲେ । ଏଥିରେ ବିଚାରକ ଭାବେ ଶିକ୍ଷକ ପର୍ଶୁରାମ ଜେନା, ସୁରେନ୍ଦ୍ର ନାୟକ, ଶରତ ସିଂ, ଅଭିମନ୍ୟୁ ସିଂ, ଦିନେଶ ବେହେରା, ବିଜୟ ବିଶ୍ୱାଳ, ବିଜୟ ନାୟକ, ସରିତା ମିଶ୍ର, ଲକ୍ଷ୍ମୀପ୍ରିୟା ଦାଶ, ଶୁଭଦର୍ଶନୀ ଷଡ଼ଙ୍ଗୀ, ସୁକନ୍ୟା ଡାକୁଆ ସଠିକ୍ ମୂଲ୍ୟାୟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଚମ୍ପତି, ଶିକ୍ଷୟିତ୍ରୀ ମୋନାଲିସା ପାଇକରାୟ, କଲ୍ୟାଣୀ ବଳବନ୍ତରାୟ, ଦେବକୀ ଦାସ, ନିଳୀମା କଚ୍ଛପ, ସୁଚିତ୍ରା ପରିଡ଼ା, ଦିଲ୍ଲୀପ ବେହେରା, ରତ୍ନାକର ଦାସ, ସୁରେନ୍ଦ୍ର ବେହେରା, ପ୍ରଦୀପ ନାୟକ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଅତିଥିମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଥିବାରୁ ସିଆରସିସି ବସନ୍ତ ସେଠୀଙ୍କର ପ୍ରଶଂସା କରାଯାଇଥିଲା । ସିଆରସିସି ସ୍ୱାଗତ ଅଭିଭାଷଣ ଦେବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନସର ଅଲୀ ଖାଁ, ରାହୁଲ ବେହେରା, ଅଙ୍କିତା ପ୍ରିୟଦର୍ଶିନୀ, ଅଙ୍କିତା ପାତ୍ର,ସୌରଭ ପରିଡ଼ା ପ୍ରମୁଖ ସଫଳତା ଅର୍ଜନ କରିଥିଲେ।

Leave A Reply

Your email address will not be published.