ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ମହା ଆଡମ୍ବରରେ ପାଳିତ ହେଉଛି । ଏହି ଉତ୍ସବ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ଶିଶୁ ଦିବସ ଅବସରରେ ଶେଷ ହେବବୋଲି ଜଣାପଡିଛି । ୩୦ଟି ଜିଲ୍ଲାରୁ ପ୍ରାୟ ୩୦୦୦ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା । ସୁରଭି ମଞ୍ଚର ଚତୁର୍ଦ୍ଦିଗରେ ଥିବା ବିଭିନ୍ନ ପ୍ରକାରର ଷ୍ଟଲରେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିସହିତ ପ୍ରାରମ୍ଭିକ କାର୍ଯ୍ୟକ୍ରମକୁ ଓଡ଼ିଶାର ମୁଖ୍ୟମନ୍ତ୍ର ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବିଭିନ୍ନ ବିଭାଗର କମିଶନରମାନେ ଉପସ୍ଥିତ ଥିଲେ । ପରିଶେଷର ମୁଖ୍ୟମନ୍ତ୍ରୀ ଶିକ୍ଷଣୀୟ କାର୍ଯ୍ୟକ୍ରମ ପାଇଁ ଆୟୋଜିତ ଷ୍ଟଲ ଗୁଡିକୁ ବୁଲି ଦେଖିଥିଲେ । ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀମାନେ ରୋବର୍ଟ କଣ୍ଢେଇ ଦେଖି ଖୁସି ଅନୁଭବ କରିଥିଲେ । ସନ୍ଧ୍ୟା ସମୟରେ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।